ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ୫ ବର୍ଷ ଝିଅର ଜୀବନ
ଖଲ୍ଲିକୋଟ ୧୬।୦୩ : ଅଜଣା ଗାଡି ଧକ୍କାରେ ୫ ବର୍ଷର ଝିଅ ମୃତ । ଆଉ ଏହି ଦୁର୍ଘଟଣାରେ ବାପା ଓ ପୁଅ ଗୁରୁତର ହୋଇଛନ୍ତି । ଖଲ୍ଲିକୋଟ ଥାନା ଅଧିନ ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଖଲ୍ଲିକୋଟ ଥାନା ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ନିକଟରେ ଭୋଜି ଖାଇବା ପାଇଁ ଲିଙ୍ଗରାଜ ପାତ୍ର ତାଙ୍କ ପୁଅ-ଝିଅଙ୍କ ସହ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ୩ ଜଣ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୫ ବର୍ଷର ଝିଅ ଉଷାରାଣୀକୁ ମୃତ ଘୋଷଣା କରିଛନ୍ତି। ବାପା-ପୁଅଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖଲ୍ଲିକୋଟ ୧୬।୦୩ : ଅଜଣା ଗାଡି ଧକ୍କାରେ ୫ ବର୍ଷର ଝିଅ ମୃତ । ଆଉ ଏହି ଦୁର୍ଘଟଣାରେ ବାପା ଓ ପୁଅ ଗୁରୁତର ହୋଇଛନ୍ତି । ଖଲ୍ଲିକୋଟ ଥାନା ଅଧିନ ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଖଲ୍ଲିକୋଟ ଥାନା ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ନିକଟରେ ଭୋଜି ଖାଇବା ପାଇଁ ଲିଙ୍ଗରାଜ ପାତ୍ର ତାଙ୍କ ପୁଅ-ଝିଅଙ୍କ ସହ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ୩ ଜଣ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୫ ବର୍ଷର ଝିଅ ଉଷାରାଣୀକୁ ମୃତ ଘୋଷଣା କରିଛନ୍ତି। ବାପା-ପୁଅଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।