ପୁଣି ମହିଳାଙ୍କୁ ଲହୁଲୁହାଣ କଲା ହିଂସ୍ର ଗଧିଆ,ଖୋଜୁଛି ବନବିଭାଗ

ଉତ୍ତରପ୍ରଦେଶ ୧୨/୯: ଉତ୍ତରପ୍ରଦେଶ ବାହାରାଇଚରେ ପୁଣି ମାତିଛି ଗଧିଆ । ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ମହିଳା ମହସୀ ଅଞ୍ଚଳର ୫୦ ବର୍ଷୀୟ ପୁଷ୍ପା ଦେବୀ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଗଧିଆ କବଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ସୁଦ୍ଧା ୫ଟି ଗଧିଆକୁ ବନବିଭାଗ କାବୁ କରିଥିବାବେଳେ ବାହାରେ ଥିବା ଥିବା ସର୍ଦ୍ଦାର ଗଧିଆ ଅଧିକ ହିଂସ୍ର ହୋଇପଡିଛି । ଗତ ୨ ଦିନ ମଧ୍ୟରେ ଗଧିଆଟି ୩ ଜଣକୁ ଆକ୍ରମଣ କରି ଗୁରୁତର କରିଛି । ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ଶିଶୁ ଅଛନ୍ତି । ଏହା ପୂର୍ବରୁ ୨ ନାବାଳିକା ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ବାହାରାଇଚରେ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।  

ପୁଣି ମହିଳାଙ୍କୁ ଲହୁଲୁହାଣ କଲା ହିଂସ୍ର ଗଧିଆ,ଖୋଜୁଛି ବନବିଭାଗ

ଉତ୍ତରପ୍ରଦେଶ ୧୨/୯: ଉତ୍ତରପ୍ରଦେଶ ବାହାରାଇଚରେ ପୁଣି ମାତିଛି ଗଧିଆ । ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ମହିଳା ମହସୀ ଅଞ୍ଚଳର ୫୦ ବର୍ଷୀୟ ପୁଷ୍ପା ଦେବୀ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଗଧିଆ କବଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ସୁଦ୍ଧା ୫ଟି ଗଧିଆକୁ ବନବିଭାଗ କାବୁ କରିଥିବାବେଳେ ବାହାରେ ଥିବା ଥିବା ସର୍ଦ୍ଦାର ଗଧିଆ ଅଧିକ ହିଂସ୍ର ହୋଇପଡିଛି । 

ଗତ ୨ ଦିନ ମଧ୍ୟରେ ଗଧିଆଟି ୩ ଜଣକୁ ଆକ୍ରମଣ କରି ଗୁରୁତର କରିଛି । ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ଶିଶୁ ଅଛନ୍ତି । ଏହା ପୂର୍ବରୁ ୨ ନାବାଳିକା ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ବାହାରାଇଚରେ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।