ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…

ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍‌ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା। ଏମିତିରେ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଥିବା ସ୍ପଷ୍ଟ ହୋଇଚି। ଗୋଟିଏ ପଟେ ଯୁଜବେନ୍ଦ୍ରଙ୍କ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ଧନଶ୍ରୀ ଦିନେ ସମସ୍ତଙ୍କ ଲାଗି ଅଚିହ୍ନା ଥିଲେ। ୧୯୯୬, ସେପ୍ଟେମ୍ବର […] The post ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ… appeared first on Dharitri Odia News.

ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…

ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍‌ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା। ଏମିତିରେ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଥିବା ସ୍ପଷ୍ଟ ହୋଇଚି। ଗୋଟିଏ ପଟେ ଯୁଜବେନ୍ଦ୍ରଙ୍କ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ଧନଶ୍ରୀ ଦିନେ ସମସ୍ତଙ୍କ ଲାଗି ଅଚିହ୍ନା ଥିଲେ।

୧୯୯୬, ସେପ୍ଟେମ୍ବର ୨୭ରେ ଦୁବାଇରେ ଜନ୍ମଗ୍ରହଣ କରିଥିଲେ ଧନଶ୍ରୀ। ସେ ପେସାରେ ଜଣେ ଦାନ୍ତ ଡାକ୍ତର(ଡେଣ୍ଟିଷ୍ଟ)। ମୁମ୍ବାଇର ଡିଓ୍ବାଇ ପାଟିଲ କଲେଜରେ ସେ ନିଜର ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ। ଡାକ୍ତର ହୋଇଥିଲେ ହେଁ ନୃତ୍ୟ ପାଇଁ ତାଙ୍କର ସଉକ ଥିଲା। ଏଥିନେଇ ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଥିଲେ। ସେଥିରେ ସେ ନିଜର ନୃତ୍ୟ ଭିଡିଓ ଶେୟାର କରୁଥିଲେ।

୨.୫ ମିଲିୟନ ଫଲୋଅର୍ସ ହେବା ପରେ ଧନଶ୍ରୀ ଲୋକପ୍ରିୟ ୟୁଟ୍ୟୁବ୍‌ ତାରକା ପାଲଟିଥିଲେ। ସେ ଏଥିରୁ ଭଲ ରୋଜଗାର ମଧ୍ୟ କରୁଥିଲେ। ଏକ ରିପୋର୍ଟ ମୁତାବକ ବିବାହ ପୂର୍ବରୁ ତାଙ୍କର ମୋଟ ସମ୍ପତ୍ତି ୨୪ କୋଟି ଥିଲା। ହେଲେ ଯୁଜବେନ୍ଦ୍ରଙ୍କୁ ବିବାହ କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ସେ ‘ଝଲକ ଦିଖ୍‌ଲା ଜା’ରେ ଯୋଗ ଦେଇଥିଲେ।

ପୂର୍ବରୁ ୨୦୨୩ରେ ଧନଶ୍ରୀ ନିଜ ନାମରୁ ଚହଲଙ୍କ ସରନେମ୍‌ ହଟାଇଥିଲେ। ଏଥିନେଇ ତାଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଥିଲା। ହେଲେ ଯୁଜବେନ୍ଦ୍ର ଏକ ପୋଷ୍ଟ କରି ସବୁକିଛି ସ୍ପଷ୍ଟ କରିଥିଲେ। ଏବେ କିନ୍ତୁ ଦୁହେଁ ସୋସିଆଲ ମିଡିଆରୁ ପରସ୍ପର ସହ ଫଟୋ ହଟାଇବା ସହ ଅନ୍‌ଫଲୋ କରିବା ପରେ ଚର୍ଚ୍ଚା ବଢ଼ିଛି।

The post ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ… appeared first on Dharitri Odia News.