ଧନଶ୍ରୀଙ୍କ ପରେ ଚହଲଙ୍କ ପୋଷ୍ଟ ଭାଇରାଲ, କହିଲେ-ପ୍ରେମ ଦରକାର..ସହାନୁଭୁତି ନୁହେଁ…

ମୁମ୍ଵାଇ ୧୦।୦୧; ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସମ୍ପର୍କକୁ ନେଇ ଏବେ ବି କଳ୍ପନାଜଳ୍ପନା ଏବଂ ଗୁଜବ ଜାରି ରହିଛି। ସେମାନଙ୍କ ବିବାହ ଭାଙ୍ଗିବା ଏବଂ ଛାଡପତ୍ର ବିଷୟରେ ଗଣମାଧ୍ୟମରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ନିରନ୍ତର ଆଲୋଚନା ଚାଲିଛି। ସୋସିଆଲ ମିଡିଆରେ, ବିଶେଷକରି ଏକ ଗୋଷ୍ଠୀ ଚହଲଙ୍କୁ ଟ୍ରୋଲ କରୁଛନ୍ତି। ଅନ୍ୟପଟେ ଧନଶ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି କିନ୍ତୁ ଟ୍ରୋଲିଂ ସମ୍ପର୍କରେ ବିବୃତ୍ତି ଜାରି କରିଛନ୍ତି। ଧନଶ୍ରୀ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉପରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଗୋଟିଏ ଦିନ ପରେ, ଚହଲ ମଧ୍ୟ ଏକ ବିବୃତ୍ତି ଜାରି କରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନୁମାନ ନ କରିବାକୁ ଅପିଲ କରିଛନ୍ତି । କାରଣ ଏହା ତାଙ୍କୁ ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଉଛି। ଲେଗ୍ ସ୍ପିନର ଚହଲ ଗୁରୁବାର, ଜାନୁଆରୀ ୯ତାରିଖରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିବୃତ୍ତି ଜାରି କରିଛନ୍ତି ଏବଂ ତାଙ୍କ ପ୍ରଶଂସକମାନଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କାରଣ "ମୋ ଦେଶ, ମୋ ଦଳ ଏବଂ ମୋ ପ୍ରଶଂସକମାନଙ୍କ ପାଇଁ ବୋଲିଂ କରିବାକୁ ମୋର ଏବେ ବି ଅନେକ ମହାନ ଓଭର ଅଛି।"ଏହା ପରେ ଚହଲ ତାଙ୍କ ବ୍ୟକ୍ତି

ଧନଶ୍ରୀଙ୍କ ପରେ ଚହଲଙ୍କ ପୋଷ୍ଟ ଭାଇରାଲ, କହିଲେ-ପ୍ରେମ ଦରକାର..ସହାନୁଭୁତି ନୁହେଁ…

ମୁମ୍ଵାଇ ୧୦।୦୧; ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସମ୍ପର୍କକୁ ନେଇ ଏବେ ବି କଳ୍ପନାଜଳ୍ପନା ଏବଂ ଗୁଜବ ଜାରି ରହିଛି। ସେମାନଙ୍କ ବିବାହ ଭାଙ୍ଗିବା ଏବଂ ଛାଡପତ୍ର ବିଷୟରେ ଗଣମାଧ୍ୟମରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ନିରନ୍ତର ଆଲୋଚନା ଚାଲିଛି। ସୋସିଆଲ ମିଡିଆରେ, ବିଶେଷକରି ଏକ ଗୋଷ୍ଠୀ ଚହଲଙ୍କୁ ଟ୍ରୋଲ କରୁଛନ୍ତି। ଅନ୍ୟପଟେ ଧନଶ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି କିନ୍ତୁ ଟ୍ରୋଲିଂ ସମ୍ପର୍କରେ ବିବୃତ୍ତି ଜାରି କରିଛନ୍ତି। ଧନଶ୍ରୀ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉପରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଗୋଟିଏ ଦିନ ପରେ, ଚହଲ ମଧ୍ୟ ଏକ ବିବୃତ୍ତି ଜାରି କରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନୁମାନ ନ କରିବାକୁ ଅପିଲ କରିଛନ୍ତି । କାରଣ ଏହା ତାଙ୍କୁ ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଉଛି। 

ଲେଗ୍ ସ୍ପିନର ଚହଲ ଗୁରୁବାର, ଜାନୁଆରୀ ୯ତାରିଖରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିବୃତ୍ତି ଜାରି କରିଛନ୍ତି ଏବଂ ତାଙ୍କ ପ୍ରଶଂସକମାନଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କାରଣ "ମୋ ଦେଶ, ମୋ ଦଳ ଏବଂ ମୋ ପ୍ରଶଂସକମାନଙ୍କ ପାଇଁ ବୋଲିଂ କରିବାକୁ ମୋର ଏବେ ବି ଅନେକ ମହାନ ଓଭର ଅଛି।"

ଏହା ପରେ ଚହଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଖବର ଏବଂ ଗୁଜବ ବିଷୟରେ ଉଲ୍ଲେଖ କରିଥିଲେ। ଚହଲ ଲେଖିଛନ୍ତି, “ମୁଁ ଜଣେ ଖେଳାଳି ହୋଇଥିବାରୁ ଗର୍ବିତ କିନ୍ତୁ ସେହି ସମୟରେ ମୁଁ ଜଣେ ପୁଅ, ଭାଇ ଏବଂ ବନ୍ଧୁ ମଧ୍ୟ। ସାମ୍ପ୍ରତିକ ଘଟଣାକ୍ରମ, ବିଶେଷକରି ମୋ ବ୍ୟକ୍ତିଗତ ଜୀବନ ସହ ଜଡିତ ଘଟଣାକ୍ରମ ସମ୍ପର୍କରେ ଚାଲିଥିବା କୌତୁହଳକୁ ମୁଁ ବୁଝିପାରୁଛି। କିନ୍ତୁ ମୁଁ କିଛି ପ୍ରସଙ୍ଗରେ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଦେଖିଛି। ଯେଉଁଥିରେ ଅନୁମାନ କରାଯାଉଛି, ଯାହା ସତ୍ୟ ହୋଇପାରେ କିମ୍ବା ନ ହୋଇପାରେ।”

ଚହଲ ତାଙ୍କ ଛାଡପତ୍ରକୁ ନିଶ୍ଚିତ କରି ନଥିଲେ, କିନ୍ତୁ ତାଙ୍କ ବକ୍ତବ୍ୟ ନିଶ୍ଚିତ ଭାବରେ ଏହାର ସତ୍ୟତାକୁ ସୂଚାଇ ଦେଇଥିଲା। କାରଣ ଚହଲ ତାଙ୍କ ବୟାନରେ ଦୁଇଥର ନିଜକୁ ତାଙ୍କ ପୁଅ, ଭାଇ ଏବଂ ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ କିନ୍ତୁ କୌଣସି ସ୍ଥାନରେ ତାଙ୍କ ସ୍ୱାମୀ ବୋଲି ଉଲ୍ଲେଖ କରି ନଥିଲେ। ସେ ଲେଖିଛନ୍ତି, "ମୁଁ ସମସ୍ତଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛି ଯେ ଏପରି ଅନୁମାନରେ ଲିପ୍ତ ହୁଅନ୍ତୁ ନାହିଁ କାରଣ ଏହା ମୋତେ ଏବଂ ମୋ ପରିବାରକୁ ବହୁତ ଯନ୍ତ୍ରଣା ଦେଉଛି।"

ସେ ଏତିକିରେ ଅଟକି ନଥିଲେ ଏବଂ କଠିନ ପରିଶ୍ରମ ବିଷୟରେ କହିବା ସହିତ କହିଥିଲେ ଯେ ସେ ସର୍ଟକଟ୍ ନିଅନ୍ତି ନାହିଁ। "ମୁଁ ସବୁବେଳେ ମୋର ପାରିବାରିକ ମୂଲ୍ୟବୋଧରୁ ଶିଖିଛି ଯେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିବା, ପୂର୍ଣ୍ଣ ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ସହିତ ସଫଳତା ହାସଲ କରିବା ପାଇଁ ଆଗକୁ ବଢ଼ିବା, ଏବଂ ସର୍ଟକଟ୍ ନ ନେବା ଏବଂ ମୁଁ ଏବେ ବି ଏହି ମୂଲ୍ୟବୋଧଗୁଡ଼ିକ ପ୍ରତି ପ୍ରତିବଦ୍ଧ।" ଈଶ୍ୱରଙ୍କ ଆଶୀର୍ବାଦରୁ ମୁଁ ସର୍ବଦା ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇବାକୁ ଚେଷ୍ଟା କରିବି, ସହାନୁଭୂତି ପାଇଁ ନୁହେଁ।"