ଧନୀ ହେବାକୁ ଚାହାନ୍ତି କି? ତେବେ ଭୁଲନ୍ତୁ ନାହିଁ ଏହି ୫ କଥା
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ ଲାଗି ଧନ ବହୁତ ଜରୁରୀ।ହେଲେ ଏହାକୁ ନେଇ କରାଯାଉଥିବା ଭୁଲରୁ ନିବୃତ୍ତ ରୁହନ୍ତୁ। ଯେପରିକି: -ଚାଣକ୍ୟ କହିଛନ୍ତି ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର […] The post ଧନୀ ହେବାକୁ ଚାହାନ୍ତି କି? ତେବେ ଭୁଲନ୍ତୁ ନାହିଁ ଏହି ୫ କଥା appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ ଲାଗି ଧନ ବହୁତ ଜରୁରୀ।ହେଲେ ଏହାକୁ ନେଇ କରାଯାଉଥିବା ଭୁଲରୁ ନିବୃତ୍ତ ରୁହନ୍ତୁ। ଯେପରିକି:
-ଚାଣକ୍ୟ କହିଛନ୍ତି ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ।
-ଟଙ୍କା ରୋଜଗାର ଲାଗି ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଆବଶ୍ୟକ। ଲକ୍ଷ୍ୟ ବିହୀନ ବ୍ୟକ୍ତି କେବେହେଲେ ଆଗକୁ ବଢ଼ିପାରେ ନାହିଁ। ନା ସେ ଧନବାନ ହୋଇପାରେ।
-ଚାଣକ୍ୟ କୁହନ୍ତି, ଯଦି ବ୍ୟକ୍ତି ଜୀବନରେ ଟଙ୍କା ରୋଜଗାର କରୁଛି ତେବେ ତାକୁ ସଞ୍ଚୟର କଳା ଶିଖିବା ଉଚିତ। ଏହାଛଡ଼ା ସଠିକ ସ୍ଥାନରେ ଖର୍ଚ୍ଚ କରିବା ମଧ୍ୟ ଆସିବା ଉଚିତ।
-ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ଟଙ୍କା ରୋଜଗାର ଲାଗି ଭୁଲ ରାସ୍ତାରେ ଚାଲିବା ଉଚିତ ନୁହେଁ। କାରଣ ଏହା କେବେ ନା କେବେ ଅସୁବିଧାରେ ପକାଇପାରେ।
-ଜୀବନରେ ସଫଳତା ପାଇବା ପରେ ବ୍ୟକ୍ତିକୁ କେବେ ବି ଅହଙ୍କାର କରିବା ଉଚିତ ନୁହେଁ। ଏହାଦ୍ୱାରା ପତନ ସ୍ବାଭାବିକ ବୋଲି ସେ କହିଛନ୍ତି।
The post ଧନୀ ହେବାକୁ ଚାହାନ୍ତି କି? ତେବେ ଭୁଲନ୍ତୁ ନାହିଁ ଏହି ୫ କଥା appeared first on Dharitri Odia News.