ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୧୧।୧୧(ଶିଶିର ପଟ୍ଟନାୟକ): କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ଜି. ଉଦୟଗିରି ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର ୪ ଘଣ୍ଟାଠାରୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଧବଳେଶ୍ବର ଏହି ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ହୋଇଥିବା ଯୋଗୁ ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ। ଭୋର ଧବଳେଶ୍ବରଙ୍କ ରୀତିନୀତି ସରିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ପୂଜକ ତ୍ରିନାଥ ମୁନି, ସନ୍ତୋଷ ମୁନି ସମସ୍ତ ରୀତିନୀତି […] The post ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ appeared first on Dharitri Odia News.

ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୧୧।୧୧(ଶିଶିର ପଟ୍ଟନାୟକ): କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ଜି. ଉଦୟଗିରି ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର ୪ ଘଣ୍ଟାଠାରୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଧବଳେଶ୍ବର ଏହି ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ହୋଇଥିବା ଯୋଗୁ ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ। ଭୋର ଧବଳେଶ୍ବରଙ୍କ ରୀତିନୀତି ସରିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ପୂଜକ ତ୍ରିନାଥ ମୁନି, ସନ୍ତୋଷ ମୁନି ସମସ୍ତ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ମନ୍ଦିର କମିଟି ସଭାପତି କେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ସଂଜୟ ଆଚାର୍ଯ୍ୟ, ବୁବୁଲ ଆଚାର୍ଯ୍ୟ। ମାନସ ରଞ୍ଜନ ଦାଶଙ୍କ ସମେତ ମନ୍ଦିର କମିଟି ସଦସ୍ୟ ଓ ସହରବାସୀ ମାନେ ଭିଡ଼କୁ ନିୟନ୍ତ୍ରଣ କରୁଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୃତୟନ ରହିଥିଲେ। ସେପରି ଆନନ୍ଦେସ୍ବର ମନ୍ଦିରରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

The post ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ appeared first on Dharitri Odia News.