ଧମକାଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା, ଭୟରେ ପାଟି ଫିଟାଇଲେନି ସ୍ବାମୀ ସ୍ତ୍ରୀ
ଲମତାପୁଟ: ରାତି ଅଧରେ ଘରକୁ ପଶିଲେ ୫ରୁ ୬ ଜଣ ଦୁର୍ବୃତ୍ତ । ଘର ଲୋକ ଶୋଇଥିବାବେଳେ ବାଡ଼େଇ ବାଡ଼େଇ କବାଟ ଭାଙ୍ଗିଦେଲେ । ତା ପରେ ଦୋକାନ ମାଲିକଙ୍କୁ ଜୋର ଜବରଦସ୍ତ ଜାବୁଡ଼ି ଧରିଲେ ଦୁର୍ବୃତ୍ତ । ସେପଟେ ତାଙ୍କ ସ୍ତ୍ରୀଙ୍କୁ ଆଉ ୨ ଜଣ ମାଡ଼ି ବସିଥାନ୍ତି । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ସ୍ବାମୀ ସ୍ତ୍ରୀଙ୍କୁ ଧମକାଇଲେ । ପରେ ଘରେ ଯାହା ଟଙ୍କା ଓ ସୁନା ଗହଣା ଥିଲା ସବୁତକ ନେଇ ଫେରାର […] The post ଧମକାଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା, ଭୟରେ ପାଟି ଫିଟାଇଲେନି ସ୍ବାମୀ ସ୍ତ୍ରୀ appeared first on KNews Odisha.

ଲମତାପୁଟ: ରାତି ଅଧରେ ଘରକୁ ପଶିଲେ ୫ରୁ ୬ ଜଣ ଦୁର୍ବୃତ୍ତ । ଘର ଲୋକ ଶୋଇଥିବାବେଳେ ବାଡ଼େଇ ବାଡ଼େଇ କବାଟ ଭାଙ୍ଗିଦେଲେ । ତା ପରେ ଦୋକାନ ମାଲିକଙ୍କୁ ଜୋର ଜବରଦସ୍ତ ଜାବୁଡ଼ି ଧରିଲେ ଦୁର୍ବୃତ୍ତ । ସେପଟେ ତାଙ୍କ ସ୍ତ୍ରୀଙ୍କୁ ଆଉ ୨ ଜଣ ମାଡ଼ି ବସିଥାନ୍ତି । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ସ୍ବାମୀ ସ୍ତ୍ରୀଙ୍କୁ ଧମକାଇଲେ । ପରେ ଘରେ ଯାହା ଟଙ୍କା ଓ ସୁନା ଗହଣା ଥିଲା ସବୁତକ ନେଇ ଫେରାର ମାରିଲେ ଦୁର୍ବୃତ୍ତ । ଚିଲେଇଲେ ଛୁଆଙ୍କୁ ମାରି ଦେବାକୁ ଧମକ ବି ଦେଲେ । ଭୟରେ ସ୍ବାମୀ ସ୍ତ୍ରୀ ପାଟି ଫିଟାଇଲେନି ।
ବିଳମ୍ବିତ ରାତିରେ ଦୋକାନରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟ କଲେ ଚୋର । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନ ପେଟା ଗାଁ ଛକରେ । ରାତି ଅଧରେ ଚୋରମାନେ ଆସି ପ୍ରଥମେ ଦୋକାନରେ ଲାଗିଥିବା ଦୁଇଟି ସିସିଟିଭିକୁ ଉପରକୁ ଟେକି କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ୫ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଦୋକାନ ମାଲିକ ଡମ୍ବରୁ ଗତନଙ୍କୁ ଡରାଇଥିଲେ । ଦୋକାନ ଭିତରେ ଥିବା ନଗଦ ୫୦ ହଜାର ଟଙ୍କା ସହ ଡମ୍ବରୁଙ୍କ ସ୍ତ୍ରୀଙ୍କର ସୁନା ହାର, କାନ ଫୁଲ ଓ ଦୁଇଟି ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ସିସିଟିଭି ଲଗାଇଥିଲେ ବି ଡମ୍ବରୁ ଓ ତାଙ୍କ ପରିବାର ସୁରକ୍ଷିତ ନଥିଲେ । ବୋଧହୁଏ ପୂର୍ବରୁ ହିଁ ତାଙ୍କ ଉପରେ ଏ ଦୁର୍ବୃତ୍ତମାନେ ନଜର ରଖିଥିଲେ । ଆଉ ସବୁ ଶୋଇଗଲା ପରେ ଘରେ ପଶି ଏମିତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଦିନକୁ ଦିନ ଏମିତି ଚୋରି ମାମଲା ବଢ଼ିବାରେ ଲାଗିଛି । ଲୋକମାନେ ନିଜ ଘରେ ବି ସୁରକ୍ଷିତ ନୁହଁନ୍ତି । ଏହି ସ୍ଥାନରେ ଚୋରି ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପୋଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ଉଠିଛି ।
Also Read:ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍, ନେଇଗଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା
The post ଧମକାଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା, ଭୟରେ ପାଟି ଫିଟାଇଲେନି ସ୍ବାମୀ ସ୍ତ୍ରୀ appeared first on KNews Odisha.