ଧରାପଡ଼ିଲା ୧୨ ଫୁଟ୍‌ର ଅଜଗର

ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି

ଧରାପଡ଼ିଲା ୧୨ ଫୁଟ୍‌ର ଅଜଗର

ଧରାପଡ଼ିଲା ବିଶାଳ ଅଜଗର। ଚିଙ୍ଗୁଡ଼ି ଘେରିରେ ଜିଙ୍ଗୁଡ଼ି ଖାଉଥିବା ବେଳେ ଧରାପଡ଼ିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଜରପୁର ପୋଖରୀ ସାହି ଗାଁରେ।

ପୋଖରୀ ସାହି ଗାଁର ମେଘୁ ସାହୁ ଓ ବିଷ୍ଣୁ ଦାସଙ୍କ ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଆଜି ଅଜଗର ସାପ ଘେରିରେ ପଶି ଚିଙ୍ଗୁଡ଼ି ଖାଉଥିଲା। ଗାଁ ଲୋକ ଅଜଗରକୁ ଦେଖି ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ କୁମାର ଜେନା ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବ ବଜରପୁର ଗାଁ ଟି ଭିତରକନିକା ଅଭୟାରଣ୍ୟ ନିକଟବର୍ତ୍ତୀ ହୋଇଥିବାରୁ ଖାଦ୍ୟ ଅନ୍ୱେଷଣ ରେ ଅଜଗରଟି ଚାଲିଆସିଥିବା କୁହାଯାଉଛି। ଉଦ୍ଧାର ପରେ ଅଜଗରକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି।