ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ ବେଗୁନା ଖମଣ ଗାଁରେ ହାତୀପଲ ଖରାଟିଆ ପାଚିଲା ଧାନ ଖାଇବା ସହ ଦଳି ନଷ୍ଟ କରିଛନ୍ତି। ହାତୀପଲ ଏରେଣ୍ଡେଇ ଗ୍ରାମର ବିଜୁ ସିଂ, ପର୍ଶୁ ସିଂ, ବିମ୍ବାଧର ଦାସଙ୍କ ସହ ଅନେକ ଚାଷୀଙ୍କ ଧାନ ଖାଇବା ସହିତ ଉଜାଡ଼ି ଦେଇଛନ୍ତି। ଗରମରୁ ରକ୍ଷା ପାଇଁ ହାତୀପଲ ଶୁକ୍ରବାର ଅପରାହ୍ନରେ ଏରେଣ୍ଡେଇ […] The post ଧାନ ଖାଇଲେ, କାଦୁଅରେ ଗଡ଼ିଲେ appeared first on Dharitri Odia News.

ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ ବେଗୁନା ଖମଣ ଗାଁରେ ହାତୀପଲ ଖରାଟିଆ ପାଚିଲା ଧାନ ଖାଇବା ସହ ଦଳି ନଷ୍ଟ କରିଛନ୍ତି। ହାତୀପଲ ଏରେଣ୍ଡେଇ ଗ୍ରାମର ବିଜୁ ସିଂ, ପର୍ଶୁ ସିଂ, ବିମ୍ବାଧର ଦାସଙ୍କ ସହ ଅନେକ ଚାଷୀଙ୍କ ଧାନ ଖାଇବା ସହିତ ଉଜାଡ଼ି ଦେଇଛନ୍ତି। ଗରମରୁ ରକ୍ଷା ପାଇଁ ହାତୀପଲ ଶୁକ୍ରବାର ଅପରାହ୍ନରେ ଏରେଣ୍ଡେଇ ବୈତରଣୀ ନଦୀ କୂଳଘାଟ କୁଦର ନିକଟ ଜଙ୍ଗଲରେ ଥିବା ଏକ କାଦୁଅ ପୋଖରୀରେ ଗଡୁଥିବା ଦେଖାଯାଇଥିଲା। ଦୀର୍ଘ ସମୟ ଧରି ଛୁଆହାତୀ କାଦୁଅରେ ଗଡ଼ିବା, ଖେଳିବାକୁ ଶତାଧିକ ଲୋକେ ଦେଖି ଉପଭୋଗ କରିଥିଲେ। ହାତୀପଲ ଶୁକ୍ରବାର ସାରେ ଏରେଣ୍ଡେଇ ନିକଟ ସିନ୍ଦୂର ଗୌରୀ ୟୁକାଲ ପଟାସ ଜଙ୍ଗଲରେ ଡେରା ପକାଇଥିବା ପାଟଣା ବନପାଳ ପିଅନ ନାଏକ କହିଛନ୍ତି। ହାତୀପଲରେ ୯ ଦନ୍ତା, ୧୧ ମାଈ, ୭ ଛୁଆହାତୀ ରହିଥିବା ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର କହିଛନ୍ତି।

The post ଧାନ ଖାଇଲେ, କାଦୁଅରେ ଗଡ଼ିଲେ appeared first on Dharitri Odia News.