ଧାନ ଫସଲ ନଷ୍ଟକଲେ ହାତୀପଲ
ଚନ୍ଦକା: କଣ୍ଟାବାଡ଼ ପଞ୍ଚାୟତ ଭଗବତୀପୁର ଝରବଣିଆ ସାହିରେ ହାତୀପଲ ପଶି ପାଚିଲା ଧାନ ବିଲ ଦଳିଚକଟି ନଷ୍ଟ କରିଛନ୍ତି। ପ୍ରାୟ ୬ ଏକରରୁ ଅଧିକ ବିଲରେ ୧୮ଟିକିଆ ହାତୀପଲ ପଶିଥିଲେ। ସନ୍ଧ୍ୟାରେ ଏହି ହାତୀପଲ ଡେରାସରୁ ବାହାରି ଝରଣାବଣିଆ ସାହି ଦେଇ ଧାନ ବିଲରେ ପଶିଥିଲେ। କିଛି ଚାଷୀ ହୋ ହଲ୍ଲା କରିଥିଲେ ବି ସେମାନେ ବିଲରୁ ହଟିନଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ କିନ୍ତୁ କୌଣସି ବନ କର୍ମଚାରୀ କିମ୍ବା ଡେରାସ ଫରେଷ୍ଟର […]

ଚନ୍ଦକା: କଣ୍ଟାବାଡ଼ ପଞ୍ଚାୟତ ଭଗବତୀପୁର ଝରବଣିଆ ସାହିରେ ହାତୀପଲ ପଶି ପାଚିଲା ଧାନ ବିଲ ଦଳିଚକଟି ନଷ୍ଟ କରିଛନ୍ତି। ପ୍ରାୟ ୬ ଏକରରୁ ଅଧିକ ବିଲରେ ୧୮ଟିକିଆ ହାତୀପଲ ପଶିଥିଲେ। ସନ୍ଧ୍ୟାରେ ଏହି ହାତୀପଲ ଡେରାସରୁ ବାହାରି ଝରଣାବଣିଆ ସାହି ଦେଇ ଧାନ ବିଲରେ ପଶିଥିଲେ।
କିଛି ଚାଷୀ ହୋ ହଲ୍ଲା କରିଥିଲେ ବି ସେମାନେ ବିଲରୁ ହଟିନଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ କିନ୍ତୁ କୌଣସି ବନ କର୍ମଚାରୀ କିମ୍ବା ଡେରାସ ଫରେଷ୍ଟର ସେଠାକୁ ଆସିନଥିବା ଚାଷୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଶେଷରେ ଚାଷୀମାନେ ଏକତ୍ର ହୋଇ ଚନ୍ଦକା ରେଞ୍ଜର ଡେରାସ ମୁଖ୍ୟ ଫାଟକ ନିକଟରେ ଅବରୋଧ କରି ଧାରଣା ଦେଇଥିଲେ। କିଛି ସମୟ ପାଟିତୁଣ୍ଡ ହେଲାପରେ ହଳଦିଆ ରେଞ୍ଜର ବନ କର୍ମଚାରୀ ହାତୀପଲକୁ ଘଉଡ଼ାଇ ଚନ୍ଦକା ଜଙ୍ଗଲକୁ ଛାଡ଼ି ଥିଲେ।
ସୂଚନା ଥାଉକି, ହାତୀପଲଙ୍କ ମଧ୍ୟରେ ୨ଟି ଦନ୍ତା, ୬ଟି ଛୁଆ ହାତୀ ଓ ୧୦ଟି ବଡ଼ ମାଈ ହାତୀ ଥିଲେ ବୋଲି ଜଣେ ବନ କର୍ମଚାରୀ କହିଛନ୍ତି। ଝରବଣୀଆ ସାହିର ସିକୁମଣୀ ସିଙ୍କୁ, ଚରଣ ମୁଣ୍ଡେଆ, ଧିମେଧର ସାମାଡ୍, ପିତାମ୍ବର ମୁଣ୍ଡେଆ, ମୁନି ମୁଣ୍ଡେଆ, ଏବଂ କଣ୍ଟାବାଡ଼ର ପ୍ରକାଶ ବେହେରା ଓ ବିଷ୍ଣୁ ଚରଣ ବେହେରାଙ୍କର ୬ ଏକରରୁ ଅଧିକ ଧାନ ବିଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି।