ଭାରତ-ପାକିସ୍ତାନ ଟେନସନ୍ ଭିତରେ ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର : ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। କୌଣସି ବି ସରକାରୀ କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ। ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଛୁଟି ବାତିଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏଥି ସହିତ ଜିଲ୍ଲାପାଳ, RDCଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ସୀମାରେ ଉତ୍ତେଜନା […]

ଭାରତ-ପାକିସ୍ତାନ ଟେନସନ୍ ଭିତରେ ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Leave of all government employees in the state cancelled amid India-Pakistan tension

ଭୁବନେଶ୍ବର : ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। କୌଣସି ବି ସରକାରୀ କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ। ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଛୁଟି ବାତିଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର।

f545fd93 cfb0 463b 935f d3fa242c0362

ଏଥି ସହିତ ଜିଲ୍ଲାପାଳ, RDCଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ କେଉଁ ପରିସ୍ଥିତିରେ ବି ଯୁଦ୍ଧ ଘୋଷଣା ହୋଇପାରେ । ଏଣୁ ଏହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।