ରୋହିତ ଶର୍ମାଙ୍କ କାରଣରୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଅକ୍ଷର, 'ଟ୍ରୋଲର ଶିକାର ହେଲେ ହିଟ୍‌ମ୍ୟାନ

ଦୁବାଇ: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କ ପାଇଁ ଗୁରୁବାର ଫେବୃଆରୀ ୨୦ ତାରିଖ ଐତିହାସିକ ହୋଇଥାନ୍ତା। ଆଉ ସେ ବଛା ବଛା ଭାରତୀୟ ଖେଳାଳିଙ୍କ କ୍ଲବରେ ସାମିଲ ହୋଇଥାନ୍ତେ, ଯେଉଁମାନେ ଦିନିକିଆ ଅନ୍ତର୍ଜାତୀୟରେ ହ୍ୟାଟ୍ରିକ ନେଇଛନ୍ତି। ମାତ୍ର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭୁଲ୍ କାରଣରୁ ଅକ୍ଷର ହ୍ୟାଟ୍ରିକ ନେବାରୁ ବଞ୍ଚିତ  ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ନବମ ଓଭରେ କ୍ରମାଗତ ଦୁଇଟି ବଲରେ ଦୁଇଟି ଓ୍ଵିକେଟ୍ ନେଇ ହ୍ୟାଟ୍ରିକ ନେବାର ସୁଯୋଗ ସୃଷ୍ଟି କରିଥିଲେ। ତୃତୀୟ ବଲରେ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ ରୋହିତ। ଏହାପରେ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ବେଶ ଦେଖିବା ଯୋଗ୍ୟ ଥିଲା। ସେ ନିଜକୁ ବହୁତ ନିରାଶ ବ୍ୟକ୍ତ କରିବା ସହ ମାଟିକୁ ହାତରେ ଜୋରରେ ପିଟୁଥିବା  ଦେଖିବାକୁ ମିଳିଥିଲା।ଆଉ ବାଂଲାଦେଶର ବ୍ୟାଟର ମିଳିଥିବା ଜୀବନଦାନର ଭରପୂର ଫାଇଦା ଉଠାଇଛନ୍ତି। କ୍ୟାଚ୍‌ ଛାଡ଼ିବା ନେଇ ରୋହିତ ଶର୍ମା ସାମାଜିକ ଗଣମାଧ୍ୟମରେ ଟ୍ରୋଲର ଶିକାର ହୋଇଛନ୍ତି।ଅକ୍ଷର ପଟେଲ୍ ଭାରତ ପକ୍ଷରୁ ନିଜର ପ୍ରଥମ ଏବଂ ଇନିଂସର ନବମ ଓଭର ବୋଲିଂ କରିବାକୁ ଆସିଥିଲେ। ତାଙ୍କ ପାଇଁ ସ୍ଲିପରେ ଖୋଦ୍ ଅଧିନାୟକ ରୋହିତ ଶର୍ମା ଛିଡ଼ା ଥିଲେ। ଅକ୍ଷର ଦ୍ଵିତୀୟ ବଲ୍‌ରେ ତଞ୍ଜିଦ ହସନ(୨୫)ଙ୍କୁ ଆଉଟ୍ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଅନୁଭବୀ ମୁସଫିକର ରହିମଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହ

ରୋହିତ ଶର୍ମାଙ୍କ କାରଣରୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଅକ୍ଷର, 'ଟ୍ରୋଲର ଶିକାର ହେଲେ ହିଟ୍‌ମ୍ୟାନ

ଦୁବାଇ: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କ ପାଇଁ ଗୁରୁବାର ଫେବୃଆରୀ ୨୦ ତାରିଖ ଐତିହାସିକ ହୋଇଥାନ୍ତା। ଆଉ ସେ ବଛା ବଛା ଭାରତୀୟ ଖେଳାଳିଙ୍କ କ୍ଲବରେ ସାମିଲ ହୋଇଥାନ୍ତେ, ଯେଉଁମାନେ ଦିନିକିଆ ଅନ୍ତର୍ଜାତୀୟରେ ହ୍ୟାଟ୍ରିକ ନେଇଛନ୍ତି। ମାତ୍ର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭୁଲ୍ କାରଣରୁ ଅକ୍ଷର ହ୍ୟାଟ୍ରିକ ନେବାରୁ ବଞ୍ଚିତ  ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ନବମ ଓଭରେ କ୍ରମାଗତ ଦୁଇଟି ବଲରେ ଦୁଇଟି ଓ୍ଵିକେଟ୍ ନେଇ ହ୍ୟାଟ୍ରିକ ନେବାର ସୁଯୋଗ ସୃଷ୍ଟି କରିଥିଲେ। ତୃତୀୟ ବଲରେ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ ରୋହିତ। ଏହାପରେ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ବେଶ ଦେଖିବା ଯୋଗ୍ୟ ଥିଲା। ସେ ନିଜକୁ ବହୁତ ନିରାଶ ବ୍ୟକ୍ତ କରିବା ସହ ମାଟିକୁ ହାତରେ ଜୋରରେ ପିଟୁଥିବା  ଦେଖିବାକୁ ମିଳିଥିଲା।ଆଉ ବାଂଲାଦେଶର ବ୍ୟାଟର ମିଳିଥିବା ଜୀବନଦାନର ଭରପୂର ଫାଇଦା ଉଠାଇଛନ୍ତି। କ୍ୟାଚ୍‌ ଛାଡ଼ିବା ନେଇ ରୋହିତ ଶର୍ମା ସାମାଜିକ ଗଣମାଧ୍ୟମରେ ଟ୍ରୋଲର ଶିକାର ହୋଇଛନ୍ତି।

ଅକ୍ଷର ପଟେଲ୍ ଭାରତ ପକ୍ଷରୁ ନିଜର ପ୍ରଥମ ଏବଂ ଇନିଂସର ନବମ ଓଭର ବୋଲିଂ କରିବାକୁ ଆସିଥିଲେ। ତାଙ୍କ ପାଇଁ ସ୍ଲିପରେ ଖୋଦ୍ ଅଧିନାୟକ ରୋହିତ ଶର୍ମା ଛିଡ଼ା ଥିଲେ। ଅକ୍ଷର ଦ୍ଵିତୀୟ ବଲ୍‌ରେ ତଞ୍ଜିଦ ହସନ(୨୫)ଙ୍କୁ ଆଉଟ୍ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଅନୁଭବୀ ମୁସଫିକର ରହିମଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ହ୍ୟାଟ୍ରିକ ପାଇଁ ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କ ପାଇଁ ଦୁଇ ସ୍ଲିପ୍ ଓ ଏକ ଲେଗ୍ ସ୍ଲିପ୍ ଲଗାଇଥିଲେ। ଖୋଦ୍ ପ୍ରଥମ ସ୍ଲିପ୍‌ରେ ଛିଡ଼ା ହୋଇଥିଲେ ରୋହିତ। ଆଉ ତାଙ୍କ ହାତକୁ ହିଁ ଜ୍ୟାକର ଅଲ୍ଲୀଙ୍କ କ୍ୟାଚ୍ ଆସିଥିଲା। ଦେଖିବାକୁ ସହଜ ଥିବା କ୍ୟାଚ୍‌କୁ ଦୁଇ ଥର ଉଦ୍ୟମ କରିବା ପରେ ବି ଧରି ପାରି ନ ଥିଲେ ରୋହିତ। ଏଥିରେ ସେ ନିଜେ ନିରାଶ ବ୍ୟକ୍ତ କରିବା ସହ ମାଟିରେ ହାତକୁ ଜୋରରେ ବାଡ଼େଇବାରେ ଲାଗିଥିଲେ। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।




ଯଦି ରୋହିତ ଏହି କ୍ୟାଚ୍ ଧରି ପକାଇଥାନ୍ତେ ତେବେ ଭାରତକୁ ଷଷ୍ଠ ସଫଳତା ମିଳିଥାନ୍ତା। ଆଉ ମିଳିଥିବା ଜୀବନଦାନର ଭରପୂର ଫାଇଦା ଉଠାଇଛନ୍ତି  ତୋହିଡ ହୃଦୟ ଓ ଜାକର ଅଲ୍ଲୀ। ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡ଼ି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳାଇଛନ୍ତି। ଏକଦା ୩୫ ରନରେ ୫ ଓ୍ଵିକେଟ୍ ହରାଇ ବିପର୍ଯ୍ୟୟର ଶିକାର ଥିବା ବାଂଲାଦେଶ ୪୨ ଓଭର ସୁଦ୍ଧା ସେହି ୫ ଓ୍ଵିକେଟ୍ ହରାଇ ୧୮୩ ରନ କରିଛି। ତୋହିଡ ହୃଦୟ ୭୯ ରନ ଓ ଜାକେର ଅଲ୍ଲୀ ୬୮ ରନ କରି ଅପରାଜିତ ଅଛନ୍ତି। 

ସୋସିଆଲ୍ ମିଡିଆରେ ଏମିତି ଟ୍ରୋଲର ଶିକାର ହୋଇଛନ୍ତି ରୋହିତ