ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ଜଣଙ୍କ ଉପରେ ମାଡିଗଲା ଟ୍ରକ୍

ଭୁବନେଶ୍ୱର ୨୧।୧୧ : ଭୁବନେଶ୍ୱର ପଳାଶୁଣି ଛକରେ ପୁଣି ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଦେଖାଦେଇଛି ଉତ୍ତେଜନା । ଗୁରୁବାର ସକାଳ ସମୟରେ ବ୍ୟକ୍ତି ଜଣଙ୍କ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଏକ ବାଇକ୍‌ ଆସି ତାଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଏକ ଟ୍ରକ୍ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା । ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।ସେପଟେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର ଦାବି ପରେ ବି ପଳାଶୁଣି ଛକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେଉନାହିଁ । ଯେଉଁଥି ଲାଗି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଆଉ ଚାଲିଯାଉଛି ଅନେକ ନିରୀହ ଜୀବନ । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।  

ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ଜଣଙ୍କ ଉପରେ ମାଡିଗଲା ଟ୍ରକ୍

ଭୁବନେଶ୍ୱର ୨୧।୧୧ : ଭୁବନେଶ୍ୱର ପଳାଶୁଣି ଛକରେ ପୁଣି ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଦେଖାଦେଇଛି ଉତ୍ତେଜନା । 

ଗୁରୁବାର ସକାଳ ସମୟରେ ବ୍ୟକ୍ତି ଜଣଙ୍କ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଏକ ବାଇକ୍‌ ଆସି ତାଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଏକ ଟ୍ରକ୍ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା । ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ସେପଟେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର ଦାବି ପରେ ବି ପଳାଶୁଣି ଛକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେଉନାହିଁ । ଯେଉଁଥି ଲାଗି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଆଉ ଚାଲିଯାଉଛି ଅନେକ ନିରୀହ ଜୀବନ । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।