ଧାନ ବିଲରେ କାମ କରିବା ବେଳେ ବଜ୍ରପାତ : ବୋହୂ ମୃତ, ଶାଶୁ ଗୁରୁତର

ଉମରକୋଟ ୫।୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହେଇଥିବା ଜଣେ ମହିଳା ଗୁରୁତର ହୋଇଛନ୍ତି । ବଜ୍ରାଘାତରେ ମୃତ ମହିଳା ଜଣକ ହେଲେ କୁନ୍ତୀ ହରିଜନ ଏବଂ ଆହତ ମହିଳା ହେଲେ ମତି ହରିଜନ । ଗୁରୁତର ଭାବେ ଆହାତ ହୋଇଥିବା ମହିଳାଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି । ତେବେ ଗୁରୁବାର ଉଭୟେ ନିଜ ଧାନ ଜମିରେ ଘାସ ବାଛିବାକୁ ଯାଇଥିବା ବେଳେ ଦିନ ଗୋଟାଏ ବେଳକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ବୋହୂର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଗୁରୁତର ହେଇଛନ୍ତି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛନ୍ତି ।You Can Read:ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ : କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଜିଷ୍ଟ୍ରାର 

ଧାନ ବିଲରେ କାମ କରିବା ବେଳେ ବଜ୍ରପାତ : ବୋହୂ ମୃତ, ଶାଶୁ ଗୁରୁତର

ଉମରକୋଟ ୫।୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହେଇଥିବା ଜଣେ ମହିଳା ଗୁରୁତର ହୋଇଛନ୍ତି । ବଜ୍ରାଘାତରେ ମୃତ ମହିଳା ଜଣକ ହେଲେ କୁନ୍ତୀ ହରିଜନ ଏବଂ ଆହତ ମହିଳା ହେଲେ ମତି ହରିଜନ । ଗୁରୁତର ଭାବେ ଆହାତ ହୋଇଥିବା ମହିଳାଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି । 

ତେବେ ଗୁରୁବାର ଉଭୟେ ନିଜ ଧାନ ଜମିରେ ଘାସ ବାଛିବାକୁ ଯାଇଥିବା ବେଳେ ଦିନ ଗୋଟାଏ ବେଳକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ବୋହୂର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଗୁରୁତର ହେଇଛନ୍ତି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛନ୍ତି ।

You Can Read:

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ : କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଜିଷ୍ଟ୍ରାର