ଧାରଣା ସମୟରେ ଆହତ ଚାଷୀଙ୍କ ଖର୍ଚ୍ଚ ଉଠାଇବେ ପଞ୍ଜାବ ସରକାର
ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବ ସରକାର ବଡ଼ ଘୋଷଣା କରିଛନ୍ତି । ପଞ୍ଜାବର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ବଲବୀର ସିଂହ କହିଛନ୍ତି, ଚାଷୀଙ୍କ ଧାରଣା ସମୟରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ଉଠାଇବେ। ଖାଲି ସେତିକି ନୁହେଁ ସେ କହିଛନ୍ତି, ଧାରଣା ସମୟରେ ଯଦି କେହି ସାମ୍ବାଦିକ କିମ୍ବା ପୁଲିସ ଆହତ ହେଉଛନ୍ତି। ତେବେ ତାଙ୍କର ମଧ୍ୟ ଚିକିତ୍ସା ଖର୍ଚ୍ଚା ସରକାର ଉଠାଇବେ। ଏହା ସେ କହିଛନ୍ତି ନିଜ […]

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବ ସରକାର ବଡ଼ ଘୋଷଣା କରିଛନ୍ତି । ପଞ୍ଜାବର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ବଲବୀର ସିଂହ କହିଛନ୍ତି, ଚାଷୀଙ୍କ ଧାରଣା ସମୟରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ଉଠାଇବେ। ଖାଲି ସେତିକି ନୁହେଁ ସେ କହିଛନ୍ତି, ଧାରଣା ସମୟରେ ଯଦି କେହି ସାମ୍ବାଦିକ କିମ୍ବା ପୁଲିସ ଆହତ ହେଉଛନ୍ତି। ତେବେ ତାଙ୍କର ମଧ୍ୟ ଚିକିତ୍ସା ଖର୍ଚ୍ଚା ସରକାର ଉଠାଇବେ। ଏହା ସେ କହିଛନ୍ତି ନିଜ ହକ୍ ପାଇଁ ଲଢ଼ୁଥିବା ଚାଷୀଙ୍କ ସହ ପଞ୍ଜାବ ସରକାରଙ୍କ ସମର୍ଥନ ରହିଛି।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପୂର୍ବରୁ ଚାଷୀଙ୍କୁ ସମର୍ଥନ କରିଆସୁଛନ୍ତି। ସେ କହିଛନ୍ତି ଚାଷୀଙ୍କ ଦାବି ଯଥୋଚିତ। କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ କଥା ଶୁଣିବା ଦରକାର। ଏହା ସହ ମୁଖ୍ୟମନ୍ତ୍ରୀ ମାନ୍ ହରିୟାଣା ସରକାର ଦାବି ରଖିଛନ୍ତି ଯେ, ସେ ଚାଷୀଙ୍କ ଉପରେ ଲାଠିଚାର୍ଜ ଏବଂ ଟିୟର ଗ୍ୟାସ ପ୍ରୟୋଗ ନକରନ୍ତୁ।