ଏଲ୍ଆଇସି, ଏସ୍ବିଆଇକୁ ସର୍ବାଧିକ ଲାଭ; ୪ ପ୍ରମୁଖ କମ୍ପାନୀର ବଜାର ପୁଞ୍ଜିରେ ୨.୧୮ ଲକ୍ଷ କୋଟି ବୃଦ୍ଧି
ମୁମ୍ବାଇ : ଗତ ସପ୍ତାହରେ ଷ୍ଟକ୍ କାରବାର ହ୍ରାସ ପାଇବା ସହିତ ପ୍ରମୁଖ ସୂଚକାଙ୍କ ବିଏସଇ ସେନସେକ୍ସରେ ୪୯୦ ପଏଣ୍ଟ ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାସତ୍ତ୍ବେ ବିଏସଇ ତାଲିକାଭୁକ୍ତ ୧୦ ପ୍ରମୁଖ କମ୍ପାନୀଙ୍କ ମଧ୍ୟରୁ ୪ କମ୍ପାନୀର ବଜାର ପୁଞ୍ଜି(ଏମ-କ୍ୟାପ୍)ରେ ସର୍ବାଧିକ ବୃଦ୍ଧି ଘଟିଛି।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,ଟିସିଏସ୍,ଭାରତୀୟ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଦି ୪ କମ୍ପାନୀର ବଜାର ପୁଞ୍ଜିରେ ୨ ଲକ୍ଷ ୧୮ ହଜାର ୫୯୮ କୋଟି ଟଙ୍କା ବୃଦ୍ଧି ଘଟିଥିବା କୁହାଯାଇଛି। ମିଳିଥିବା […]

ମୁମ୍ବାଇ : ଗତ ସପ୍ତାହରେ ଷ୍ଟକ୍ କାରବାର ହ୍ରାସ ପାଇବା ସହିତ ପ୍ରମୁଖ ସୂଚକାଙ୍କ ବିଏସଇ ସେନସେକ୍ସରେ ୪୯୦ ପଏଣ୍ଟ ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାସତ୍ତ୍ବେ ବିଏସଇ ତାଲିକାଭୁକ୍ତ ୧୦ ପ୍ରମୁଖ କମ୍ପାନୀଙ୍କ ମଧ୍ୟରୁ ୪ କମ୍ପାନୀର ବଜାର ପୁଞ୍ଜି(ଏମ-କ୍ୟାପ୍)ରେ ସର୍ବାଧିକ ବୃଦ୍ଧି ଘଟିଛି।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,ଟିସିଏସ୍,ଭାରତୀୟ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଦି ୪ କମ୍ପାନୀର ବଜାର ପୁଞ୍ଜିରେ ୨ ଲକ୍ଷ ୧୮ ହଜାର ୫୯୮ କୋଟି ଟଙ୍କା ବୃଦ୍ଧି ଘଟିଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଜୀବନ ବୀମା ନିଗମର ବଜାର ପୁଞ୍ଜିରେ ୮୬,୧୪୬ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ପରିମାଣ ୬ ଲକ୍ଷ ୮୩ ହଜାର ୬୩୭ କୋଟି ଟଙ୍କାରେ ପହଞ୍ଚିଛି।
ଗତ ସୋମବାର ଏଲଆଇସି ଶେୟାର ମୂଲ୍ୟରେ ୬ ପ୍ରତିଶତ ବୃଦ୍ଧି ଘଟିବା ସହିତ ପ୍ରଥମଥର ପାଇଁ ପ୍ରତି ଶେୟାର ମୂଲ୍ୟ ୧୦୦୦ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏସବିଆଇ ବଜାର ପୁଞ୍ଜିରେ ୬୫,୯୦୮ କୋଟି ଟଙ୍କା ବୃଦ୍ଧି ଘଟି ଏହାର ମୋଟ ବଜାର ପୁଞ୍ଜି ପରିମାଣ ୬,୪୬,୩୬୫ କୋଟି ଟଙ୍କା, ଟିସିଏସ୍ର ୬୧,୪୩୫ କୋଟି ଟଙ୍କା ବୃଦ୍ଧିରେ ଏହାର ମୋଟ ପରିମାଣ ୧୫,୧୨,୭୪୩ କୋଟି ଟଙ୍କା,ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୫,୧୦୮ କୋଟି ଟଙ୍କା ବୃଦ୍ଧିରେ ଏହାର ମୋଟ ବଜାର ପୁଞ୍ଜି ପରିମାଣ ୧୯,୭୭,୧୩୬ କୋଟି ଟଙ୍କାରେ ପହଞ୍ଚିଛି।
ତେବେ ଅନ୍ୟପକ୍ଷରେ ଏଚଡିଏଫସି ବ୍ୟାଙ୍କ,ଆଇସିଆଇସିଆଇ ବ୍ୟାଙ୍କ,ଇନଫୋସିସ୍, ଭାରତୀ ଏୟାରଟେଲ,ହିନ୍ଦୁସ୍ତାନ ଲିଭର ଏବଂ ଆଇଟିସି ଆଦି କମ୍ପାନୀଙ୍କ ବଜାର ପୁଞ୍ଜିରେ ହ୍ରାସ ଘଟିଛି। ଏଚଡିଏଫସି ବ୍ୟାଙ୍କର ୩୨,୯୬୩ କୋଟି ଟଙ୍କା ହ୍ରାସରେ ଏହାର ମୋଟ ବଜାର ପୁଞ୍ଜି ପରିମାଣ ୧୦,୮୫,୮୦୮ କୋଟି ଟଙ୍କାକୁ ଖସି ଆସିଥିଲା ବେଳେ ଆଇସିଆଇସିଆଇ ବ୍ୟାଙ୍କର ୯୭୭୯ କୋଟି ଟଙ୍କା ହ୍ରାସ ପାଇଛି। ସେହିପରି ଆଇଟିସିର ୩୦,୬୯୮ କୋଟି,ଭାରତୀ ଏୟାରଟେଲର ୧୬,୧୩୨ କୋଟି ଟଙ୍କା ହ୍ରାସ ପାଇଥିବା କୁହାଯାଇଛି।