ଧାର୍ମିକ ଉତ୍ସବ ବେଳେ ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ
ଭୋପାଲ : ମଧ୍ଯପ୍ରଦେଶ ସାଗର ଜିଲ୍ଲାରେ ଅଘଟଣ। ଏକ ମନ୍ଦିର ନିକଟରେ ଥିବା କାନ୍ଥ ଭୁଶୁଡି ୯ ଶିଶୁଙ୍କ ମୃତ୍ଯୁ।... The post ଧାର୍ମିକ ଉତ୍ସବ ବେଳେ ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ appeared first on .
ଭୋପାଲ : ମଧ୍ଯପ୍ରଦେଶ ସାଗର ଜିଲ୍ଲାରେ ଅଘଟଣ। ଏକ ମନ୍ଦିର ନିକଟରେ ଥିବା କାନ୍ଥ ଭୁଶୁଡି ୯ ଶିଶୁଙ୍କ ମୃତ୍ଯୁ। ଏହି ଘଟଣାରେ କିଛି ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ଏକ ଧାର୍ମିକ ଉତ୍ସବ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ଯିବାରୁ ଏହି ଅଘଟଣ ଘଟିଥିଲା। ଶାହାପୁରର ହରଦୌଲ ବାବା ମନ୍ଦିର ନିକଟରେ ଘଟିଥିଲା ଅଘଟଣ। ଆହତ ଶିଶୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତ ଶିଶୁଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ଯରେ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି ସ୍ଥାନୀୟ ଲୋକ। ମୁଖ୍ଯମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି। କିଛି ଦିନ ତଳେ ରେୱା ଜିଲ୍ଲାରେ କାନ୍ଥ ଭୁଶୁଡି ପ୍ରାଣ ହରାଇଥିଲେ ୪ ଶିଶୁ। ଏକ ସ୍କୁଲର କାନ୍ଥ ଭୁଶୁଡିଯିବାରୁ ପ୍ରାଣ ହରାଇଥିଲେ ୫ରୁ ୭ ବର୍ଷ ବୟସର ୪ ଶିଶୁ। ଚଳିତ ବର୍ଷ ବର୍ଷାଜନିତ କାନ୍ଥ ଭୁଶୁଡି ୨୦୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି।
The post ଧାର୍ମିକ ଉତ୍ସବ ବେଳେ ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ appeared first on .