ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସିଙ୍ଗର ପୱନଦୀପ, ହସ୍ପିଟାଲ ବେଡରେ ଗାଇଲେ ଗୀତ
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଇଣ୍ଡିଆନ ଆଇଡଲର ସିଙ୍ଗର ପୱନଦୀପ ରାଜନ । କିଛି ଦିନ ପୂର୍ବରୁ ପୱନଦୀପଙ୍କର ସଡକ ଦୁର୍ଘଟଣା ଘଟିଥିଲା । ନୋଏଡା ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ପରେ ଦୀର୍ଘ ୬ଘଣ୍ଟା ଧରି ତାଙ୍କର ଅପରେସନ କରାଯାଇଥିଲା । ବର୍ତ୍ତମାନ କିନ୍ତୁ ସେ ସୁସ୍ଥ ଥିବା ଜଣାପଡୁଛି । ଏହି ସମୟରେ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୀତ ଗାଇଥିବାର ନଜର ଆସିଛନ୍ତି । ଯାହାକୁ ଦେଖିବା […] The post ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସିଙ୍ଗର ପୱନଦୀପ, ହସ୍ପିଟାଲ ବେଡରେ ଗାଇଲେ ଗୀତ appeared first on KNews Odisha.

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଇଣ୍ଡିଆନ ଆଇଡଲର ସିଙ୍ଗର ପୱନଦୀପ ରାଜନ । କିଛି ଦିନ ପୂର୍ବରୁ ପୱନଦୀପଙ୍କର ସଡକ ଦୁର୍ଘଟଣା ଘଟିଥିଲା । ନୋଏଡା ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ପରେ ଦୀର୍ଘ ୬ଘଣ୍ଟା ଧରି ତାଙ୍କର ଅପରେସନ କରାଯାଇଥିଲା । ବର୍ତ୍ତମାନ କିନ୍ତୁ ସେ ସୁସ୍ଥ ଥିବା ଜଣାପଡୁଛି । ଏହି ସମୟରେ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୀତ ଗାଇଥିବାର ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ପୱନଦୀପଙ୍କ ଫ୍ୟାନ୍ସ ତାଙ୍କର ଆରୋଗ୍ୟକାମନା କରିଛନ୍ତି ।
ଅନ୍ୟପଟେ ପୱନଦୀପ ଫ୍ୟାନ୍ସଙ୍କୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଅପଡେଟ ଦେଇଛନ୍ତି । ତାଙ୍କ ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ, ଆର୍ଶୀବାଦ ଏବଂପ୍ରାର୍ଥନା ପାଇଁ ଧନ୍ୟବାଦ । କିନ୍ତୁ ପୋଷ୍ଟ କରିଥିବା ଫଟୋ ଅପେକ୍ଷା ଗତ ରାତିରୁ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ହସ୍ପିଟାଲ ବେଡରେ ଗୀତ ଗାଉଥିବା ଭିଡିଓରୁ ଦେଖିବାକୁ ମିଳିଛି । ପୱନଦୀପ ଭିଡିଓରେ ଇମରାନ ହାସମୀଙ୍କ ’ସଂଘାଇ’ଫିଲ୍ମର ସୁପରହିଟ୍ ’ଦୁଆ’ଗୀତ ଗାଇଛନ୍ତି । ସିଙ୍ଗରଙ୍କ ଏପରି ଅବସ୍ଥାକୁ ପାଇଁ ଫ୍ୟାନ୍ସ ଖୁସି ହୋଇଛନ୍ତି । ତାଙ୍କ ଫ୍ୟାନ୍ସ କମେଣ୍ଟବକ୍ସରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବେ ବି ପୱନଦୀପଙ୍କ ହାତ ଏବଂ ଗୋଡରେ ଲାଗିଥିବା ଆଘାତ ଭିଡିଓରେ ଦେଖିବାକୁ ମିଳୁଛି ।
ସୂଚନାନୁଯାୟୀ, ମେ୫ ତାରିଖରେ ପୱନଦୀପ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ଦେହରେ ଗମ୍ଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୱନଦୀପ ଏବଂ ତାଙ୍କ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଡ୍ରାଇଭରଙ୍କ ନିଦରେ ଶୋଇପଡିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ ପୱନଦୀପ ରାଜନ ଉତ୍ତରାଖଣ୍ଡ ଚମ୍ପୱାଟ ଜିଲ୍ଳାର ବାସିନ୍ଦା । ପୱନଦୀପ ୨୦୧୫ ମସିହାରେ ଦି ଭଏସ ଅଫ୍ ଇଣ୍ଡିଆରେ ଆସି ଚର୍ଚ୍ଚାରେ ରହିଥିଲେ । ଏହା ବ୍ୟତୀତ ସେ ଏହି ଶୋ’ର ଓ୍ପିନର ମଧ୍ୟ ହୋଇଥିଲେ । ଏତିକିରେ ତାଙ୍କ ସିଙ୍ଗିଂ ଲାଇନରେ ଅଟକି ଯାଇ ନଥିଲେ । ବରଂ ଆହୁରି ଆଗକୁ ଆଗକୁ ଯିବାକୁ ଚେଷ୍ଟା କରିଚାଲିଥିଲେ । ଦି ଭଏସ ଅଫ୍ ଇଣ୍ଡିଆ ପରେ ଇଣ୍ଡିଆନ ଆଇଡଲ ୧୨ରେ ବିଜୟ ହାସଲ କରିଥିଲେ । ଟ୍ରଫି ସହିତ ୨୫ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପାଇଥିଲେ ।
Also Read : ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାଙ୍କୁ ପ୍ରଶଂସା କଲେ ଅମିତାଭ ବଚ୍ଚନ, ଲେଖିଲେ କବିତା
The post ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସିଙ୍ଗର ପୱନଦୀପ, ହସ୍ପିଟାଲ ବେଡରେ ଗାଇଲେ ଗୀତ appeared first on KNews Odisha.