‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ଅନ୍ୟ ନେତାମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଅପରପକ୍ଷେ ଭାଜପା ନେତାମାନେ ମୁଖିଆ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରୁଛନ୍ତି। ଏହି କ୍ରମରେ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ବିଜେଡି ଧ୍ୱଂସ ପାଦ ଦେଶରେ ପହଞ୍ଚିଥିବା କହିଛନ୍ତି। ପ୍ରଦୀପ କହିଛନ୍ତି, ବିଜେଡିର ଅବସ୍ଥା ଏବେ କର୍ପୁର ଉଡିଯାଇଛି, କନା ରହିଯାଇଛି […] The post ‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’ appeared first on Dharitri Odia News.

‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ଅନ୍ୟ ନେତାମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଅପରପକ୍ଷେ ଭାଜପା ନେତାମାନେ ମୁଖିଆ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରୁଛନ୍ତି। ଏହି କ୍ରମରେ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ବିଜେଡି ଧ୍ୱଂସ ପାଦ ଦେଶରେ ପହଞ୍ଚିଥିବା କହିଛନ୍ତି।

ପ୍ରଦୀପ କହିଛନ୍ତି, ବିଜେଡିର ଅବସ୍ଥା ଏବେ କର୍ପୁର ଉଡିଯାଇଛି, କନା ରହିଯାଇଛି ଭଳି। ଯେଉଁ ଦଳ ସହଯୋଗରେ ବିଜେଡି ଗଠନହୋଇଛି, ତାକୁ ବିଶ୍ୱାସଘାତ କଲେ କ’ଣ ହେବ?ଏହାର ପରିଣାମ ଭୋଗିବାକୁ ହେବ। ଯାହା ଏବେ ହେଉଛି ତାହା କେବଳ ଆରମ୍ଭ ମାତ୍ର। ବିଜେଡି ଏବେ ନବୀନଙ୍କ ନିୟନ୍ତ୍ରଣରେ ନାହିଁ। ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ।

କହିରଖୁଛୁ, ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।

ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।

The post ‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’ appeared first on Dharitri Odia News.