ନଅ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ମାମୁଁ, ଆଜି ମିଳିଲା ମୃତଦେହ

ବାଲେଶ୍ବର: ସମ୍ପର୍କୀୟ ମାମୁଁ ସାଜିଲା ରାକ୍ଷସ। ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ଯା ଅଭିଯୋଗ। ପଥରରେ ଛେଚି... The post ନଅ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ମାମୁଁ, ଆଜି ମିଳିଲା ମୃତଦେହ appeared first on .

ନଅ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ମାମୁଁ, ଆଜି ମିଳିଲା ମୃତଦେହ

ବାଲେଶ୍ବର: ସମ୍ପର୍କୀୟ ମାମୁଁ ସାଜିଲା ରାକ୍ଷସ। ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ଯା ଅଭିଯୋଗ। ପଥରରେ ଛେଚି ହତ୍ଯା ପରେ ଶବ ଉପରେ ପତର ଢାଙ୍କି ଦେଇ ଚାଲି ଯାଇଥିଲା ଅଭିଯୁକ୍ତ ରବି ସିଂ। ପୋଲିସ ରବିକୁ ଅଟକ ରଖି ପଚରା ଉଚରା ପରେ ହତ୍ୟା ସମ୍ପର୍କରେ ଜାଣିବା ପାଇଁ ପାଇଛି। ରବି ସିଂ ମୃତ ନାବାଳିକାର ବାପାଙ୍କ ସହିତ ପ୍ରାୟ ସବୁଦିନ ସାଙ୍ଗରେ ମଦ ପିଇଥାଏ।

ବାପାର ସାଙ୍ଗ ହୋଇଥିବାରୁ ରବିକୁ ନାବାଳିକା ମାମୁଁ ବୋଲି ସମ୍ବୋଧନ କରିଥାଏ। ଗତ ମଙ୍ଗଳବାର ଦିନ ନାବାଳିକାକୁ ସାଙ୍ଗରେ ନେଇ ଜଳଖିଆ ଖାଇବାକୁ ରବି ଇମାମୀ ଛକକୁ ଆସିଥିଲା। ଜଳଖିଆ ଖାଇବା ପରେ ସେ ନାବାଳିକାକୁ ନେଇ ଇସ୍ପାତ ଆଲୋଏଜର ଏକ ପରିତ୍ୟକ୍ତ ତିନି ମହଲା କୋଠାକୁ ନେଇଯାଇଥିଲା।

ଛାତ ଉପରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ଯା କରିଥିଲା। ଶେଷରେ ଶବ ଉପରେ ପତ୍ର ଢାଙ୍କି ଦେଇ ମଦ ପିଇବାକୁ ଚାଲି ଯାଇଥିଲା। ନାବାଳିକାର ମା’ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ରବି ସିଂକୁ ପୋଲିସ ମଦ ଭାଟିରୁ ଉଠାଇଆଣି ପଚରା ଉଚରା କରିଥିଲା। ଅଭିଯୁକ୍ତ ରବି ସିଂ ଦୁଷ୍କର୍ମ ଓ ହତ୍ୟା ସମ୍ପର୍କରେ ସ୍ବୀକାର କରିବା ପରେ ପୋଲିସ ଶବକୁ ଠାବ କରିଥିଲା। ସାଇଣ୍ଟଫିକ ଟିମ୍ ତଦନ୍ତ ପରେ ଏ ସମ୍ପର୍କରେ ଅଧିକ ତଥ୍ଯ ମିଳିପାରିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି

The post ନଅ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା ମାମୁଁ, ଆଜି ମିଳିଲା ମୃତଦେହ appeared first on .