ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ଦୀର୍ଘ ଦିନରୁ ଚାକିରୀ କରୁଥିବା ସୋମବାର ସମ୍ବଲପୁରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି। କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ ସମ୍ପାଦକ ତଥା ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବ୍ଲକର […] The post ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା appeared first on Dharitri Odia News.

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ଦୀର୍ଘ ଦିନରୁ ଚାକିରୀ କରୁଥିବା ସୋମବାର ସମ୍ବଲପୁରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି।

କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ ସମ୍ପାଦକ ତଥା ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନକଲି ଆଦିବାସୀମାନେ ଚଞ୍ଚକତା କରି ଜାତି ଗତ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ଅଭିଯୋଗ କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ପୂର୍ବ ସରକାରଙ୍କ ଠାରେ ଆଦିବାସୀ ସଂଘ ପକ୍ଷରୁ ନକଲି ଆଦିବାସୀ ଚିହ୍ନଟ ପାଇଁ ଅନେକ ଥର ଲିଖିତ ଭାବେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିବାରୁ ବର୍ତ୍ତମାନର ସରକାର ଏହି ଦିଗରେ ପଦକ୍ଷେପ ନେବେ ବୋଲି ନନ୍ଦି କିଶୋର ଆଶା ବାନ୍ଧି ରହିଥିବା ପ୍ରକାଶ କରିଛନ୍ତି।

The post ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା appeared first on Dharitri Odia News.