ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ ,୨ ଗିରଫ

ଭଦ୍ରକ : ପୁଣି ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ହେଲାସାହି ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ଆଜି ବଡ଼ ଧରଣର ଚଢ଼ାଉ କରିଛି ଭଦ୍ରକ ପୋଲିସ । ସେଠାରୁ ପ୍ରାୟ ୫୦ ଲକ୍ଷ ଉର୍ଧ୍ଵ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବବା ସହ ୨ ଜଣଙ୍କୁ ଗିରଫ କରିଛି I ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଚଢାଉ […]

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ ,୨ ଗିରଫ
ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ ,୨ ଗିରଫ

ଭଦ୍ରକ : ପୁଣି ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ଭଦ୍ରକ ଜିଲ୍ଲା ପୁରୁଣାବଜାର ହେଲାସାହି ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ଆଜି ବଡ଼ ଧରଣର ଚଢ଼ାଉ କରିଛି ଭଦ୍ରକ ପୋଲିସ । ସେଠାରୁ ପ୍ରାୟ ୫୦ ଲକ୍ଷ ଉର୍ଧ୍ଵ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବବା ସହ ୨ ଜଣଙ୍କୁ ଗିରଫ କରିଛି I ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଚଢାଉ ଜାରି ରହିଛି ।

ସୂଚନାନୁସାରେ,ନକଲି ଜର୍ଦ୍ଦା ତିଆରି କାରଖାନା ଥିବା ଖବର ପାଇବା ପରେ ସିଟି ଡ଼ିଏସପିଙ୍କ ନେତୃତ୍ୱରେ ୩ଟି ଟିମ ଗଠନ କରିଥିଲା ଭଦ୍ରକ ପୋଲିସ । ଏହି ଟିମ ପୁରୁଣା ବଜାର ଅଞ୍ଚଳ ହେଲାସହିଠାରେ ଚଢ଼ାଉ କରିଥିଲା । ଏକକାଳୀନ ୩ ଟି ସ୍ଥାନରେ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।