ବନ୍ଧୁକ ମୁନରେ ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା, ୩ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ
ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାରକୁ ଅଟକାଇ ୩ ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୮ ଲକ୍ଷ ୩୦ ହଜାର ଟଙ୍କା | ପ୍ରଥମେ ଏକ ଟାଟା ଏସି କାରକୁ ଅଟକାଇଥିଲେ। ତାପରେ ୩ ମୁଖା ପିନ୍ଧା ଯୁବକ ଏକ ପଲସରରେ ଆସି ଡ୍ରାଇଭର ଡୋର ଗ୍ଲାସ ଭାଙ୍ଗି ଓ ଆଗରେ ବସିଥିବା ଲୋକକୁ ବନ୍ଧୁକ ଦେଖାଇଥିଲେ। ୩ […]

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାରକୁ ଅଟକାଇ ୩ ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୮ ଲକ୍ଷ ୩୦ ହଜାର ଟଙ୍କା | ପ୍ରଥମେ ଏକ ଟାଟା ଏସି କାରକୁ ଅଟକାଇଥିଲେ। ତାପରେ ୩ ମୁଖା ପିନ୍ଧା ଯୁବକ ଏକ ପଲସରରେ ଆସି ଡ୍ରାଇଭର ଡୋର ଗ୍ଲାସ ଭାଙ୍ଗି ଓ ଆଗରେ ବସିଥିବା ଲୋକକୁ ବନ୍ଧୁକ ଦେଖାଇଥିଲେ।
୩ ରାଉଣ୍ଡ ଫାଇରିଙ୍ଗ କରି ବ୍ୟାଗରେ ଥିବା ଟଙ୍କାକୁ ଲୁଟି ନେଇ ଖୋର୍ଦ୍ଧା ଅଭିମୁଖେ ଫେରାର ମାରିଥିଲେ। ସେପଟେ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ଏକ ଚାଉଳ ମିଲର ୨ କର୍ମଚାରୀ କେଶପୁର, ବାଲୁଗାଁ ଓ ବାଣପୁରରୁ କଲେକ୍ସନ କରି ଫେରୁଥିଲା ବେଳେ ଘଟିଛି ଘଟଣା।