ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ

ରିଷିଡ଼ା,୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମେତ ଜିଲାର ସମସ୍ତ ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି। ଦୀର୍ଘବର୍ଷ ହେଲା ଏହି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ଆଦିବାସୀ ସଂଘ ପକ୍ଷରୁ ଦାବି କରାଯାଉଥିଲେ। ମଧ୍ୟ କୌଣସି ପଦେକ୍ଷପ ଗ୍ରହଣ କରାଯାଉନାହିଁ। ତେଣୁ ଜିଲା ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ ତତ୍ତ୍ୱାବଧାନରେ ଗୁରୁବାର କଳାହାଣ୍ଡି ଜିଲାର ସମସ୍ତ ବ୍ଲକ ସଭାପତି ସଂପାଦକ ମହେନ୍ଦ୍ର ପ୍ରଧାନୀ, ପୂର୍ବତନ ବ୍ଲକ […] The post ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ appeared first on Dharitri Odia News.

ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ

ରିଷିଡ଼ା,୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମେତ ଜିଲାର ସମସ୍ତ ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି। ଦୀର୍ଘବର୍ଷ ହେଲା ଏହି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ଆଦିବାସୀ ସଂଘ ପକ୍ଷରୁ ଦାବି କରାଯାଉଥିଲେ। ମଧ୍ୟ କୌଣସି ପଦେକ୍ଷପ ଗ୍ରହଣ କରାଯାଉନାହିଁ। ତେଣୁ ଜିଲା ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ ତତ୍ତ୍ୱାବଧାନରେ ଗୁରୁବାର କଳାହାଣ୍ଡି ଜିଲାର ସମସ୍ତ ବ୍ଲକ ସଭାପତି ସଂପାଦକ ମହେନ୍ଦ୍ର ପ୍ରଧାନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ସୁମନ୍ତ ମାଝୀ,ସକିତ୍ତନ ଭୋଇ, ଦୟାନିଧି ମାଝୀ,ସୂୟମ୍ବର ମିଦ୍ଧା,ମୋହନ ଶବର, ସରୋଜ ମାଝୀ, କୈଳାସ ଚନ୍ଦ୍ର ମାଝି, ହୃଦାନନ୍ଦ ମାଝୀ, ପବିତ୍ର ଭୋଇ, ମହେନ୍ଦ୍ର ମାଝୀ,ଡିଙ୍ଗର ମୁଣ୍ଡା ପ୍ରମୁଖ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

The post ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ appeared first on Dharitri Odia News.