ନଗଦ ଟଙ୍କା ସହ ନେଇଗଲେ ସୁନାଗହଣା

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ଲାବାଣ୍ୟଗଡ ଗ୍ରାମରେ କେତେକ ଦୃର୍ବୃତ୍ତ ଜଣକ ଘରେ କଳାକନା ବୁଲାଇବା ସହ ଗ୍ରାମଦେବୀ ମନ୍ଦିରର ଲୁହା ଗ୍ରୀଲ ତାଡି କାଠ ସାମଗ୍ରୀକୁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପହଞ୍ଚି ତନାଘନା ଚଲାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତ୍ରରେ କେତେକ ଦୁର୍ବୃତ୍ତ ଲାବାଣ୍ୟଗଡ ମୁଖ୍ୟ ରାସ୍ତାରେ […] The post ନଗଦ ଟଙ୍କା ସହ ନେଇଗଲେ ସୁନାଗହଣା appeared first on Dharitri Odia News.

ନଗଦ ଟଙ୍କା ସହ ନେଇଗଲେ ସୁନାଗହଣା

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ଲାବାଣ୍ୟଗଡ ଗ୍ରାମରେ କେତେକ ଦୃର୍ବୃତ୍ତ ଜଣକ ଘରେ କଳାକନା ବୁଲାଇବା ସହ ଗ୍ରାମଦେବୀ ମନ୍ଦିରର ଲୁହା ଗ୍ରୀଲ ତାଡି କାଠ ସାମଗ୍ରୀକୁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପହଞ୍ଚି ତନାଘନା ଚଲାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତ୍ରରେ କେତେକ ଦୁର୍ବୃତ୍ତ ଲାବାଣ୍ୟଗଡ ମୁଖ୍ୟ ରାସ୍ତାରେ ଥିବା ହେମା ପାରିଗା ଏବଂ ଉପସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରର ତାଲା ଭାଙ୍ଗି ପଶିଥିଲେ। ହେଲେ ଫାର୍ମାସିଷ୍ଟ ବେହେରା ଅନୁପସ୍ଥିତ ରହିବା ସହ ଘରେ କିଛି ଟଙ୍କା କିମ୍ବା ଅଳଙ୍କାର ପାଇ ନ ଥିଲେ।

ପରେ ଦୁର୍ବୃତ୍ତମାନେ ତାଙ୍କ ପଡିଶା ଘରେ ରହୁଥିବା ହେମା ପାରିଗାଙ୍କ ଘରେ ପଶି ଆଲମିରା ଭାଙ୍ଗି ୭ଭରି ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

The post ନଗଦ ଟଙ୍କା ସହ ନେଇଗଲେ ସୁନାଗହଣା appeared first on Dharitri Odia News.