ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ବେଗୁନିଆ : ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଠରାଙ୍ଗ ଗାଁର ବଡବନ୍ଧ ନଈ ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ନିକଟସ୍ଥ ଅଠରାଙ୍ଗ ଏବଂ ହିରାପୁର ଗାଁର ବୋଲି ଜଣାପଡିଛି। ମୃତପ୍ରେମୀ ଯୁଗଳଙ୍କୁ ଅତି ନିର୍ମମ ଭାବେ ଅମାନୁଷିକ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି। ଆଜି କିଛି ଲୋକ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି […] The post ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର appeared first on KNews Odisha.

ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର
love birds

ବେଗୁନିଆ : ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଠରାଙ୍ଗ ଗାଁର ବଡବନ୍ଧ ନଈ ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ନିକଟସ୍ଥ ଅଠରାଙ୍ଗ ଏବଂ ହିରାପୁର ଗାଁର ବୋଲି ଜଣାପଡିଛି। ମୃତପ୍ରେମୀ ଯୁଗଳଙ୍କୁ ଅତି ନିର୍ମମ ଭାବେ ଅମାନୁଷିକ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି।

ଆଜି କିଛି ଲୋକ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ବେଗୁନିଆ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ସହ ତଦନ୍ତ ପରେ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସଡିପିଓ। ଅଠରାଙ୍ଗ ଗାଁର ଯୁବକ ଜଣକ ହୀରାପୁର ଗାଁର ଜଣେ ନାବାଳିକା ଝିଅଙ୍କୁ ପ୍ରେମ କରୁଥିଲେ। କିଛିଦିନ ତଳେ ଉଭୟ ଘରଛାଡି କେଉଁଆଡେ ଚାଲିଯାଇଥିଲେ। ଆଜି କିନ୍ତୁ ଉଭୟଙ୍କ ଗଳିତ ମୃତଦେହ ଠାବ ହୋଇଛି।

The post ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର appeared first on KNews Odisha.