ଓଡ଼ିଶାର ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ କନ୍ଧମାଳ, କଟକ ଓ ଯାଜପୁର ଆଦି ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପୁରୀରେ ସମ୍ବିତ ପାତ୍ର ଓ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେପି । […] The post ଓଡ଼ିଶାର ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି appeared first on KNews Odisha.

ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ କନ୍ଧମାଳ, କଟକ ଓ ଯାଜପୁର ଆଦି ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପୁରୀରେ ସମ୍ବିତ ପାତ୍ର ଓ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେପି ।
ସେହିପରି ବରଗଡ଼ ଲୋକସସଭା ଆସନରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ ଜୁଏଲ ଓରାମ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝର ଅନନ୍ତ ନାୟକ, ମୟୁରଭଞ୍ଜ ନବଚରଣ ମାଝୀ, ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ଅଭିମନ୍ୟୁ ସେଠୀ, ଢ଼େଙ୍କାନାଳ ରୁଦ୍ରନାରାୟଣ ପାଣି, ବଲାଙ୍ଗିର ସଂଗୀତା କୁମାରୀ ସିଂହଦେଓ, କଳାହାଣ୍ଡୀ ମାଳବିକା କେଶରୀ ଦେଓ, ନବରଂଗପୁର ବଳଭଦ୍ର ମାଝୀ, ଜଗତସିଂହପୁର ବିଭୁ ପ୍ରସାଦ ତରାଇ, ଆସ୍କା ଅନିତା ଶୁଭଦର୍ଶନୀ, ବ୍ରହ୍ମପୁର ପ୍ରଦୀପ କୁମାର ପାଣିଗ୍ରାହୀ ଓ କୋରାପୁଟରୁ କାଲେରାମ ମାଝୀଙ୍କ ନାମ ଘୋଷଣା କରିଛି ବିଜେପି ।
ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜୋରଦାର ଲଢ଼ାଇ କରିବ । ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବ । ଆମେ ଭଲ ଭାବରେ ନିର୍ବାଚନ ଲଢ଼ିବୁ । ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ଆଜି (ରବିବାର) ସନ୍ଧ୍ୟାରେ ଏହା କହିଥିଲେ ।
The post ଓଡ଼ିଶାର ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି appeared first on KNews Odisha.