ନଦୀ ବଢ଼ିବାରୁ ନଦୀ ପାର ନହୋଇ ଶୋଇ ପଡିଲେ ହାତୀପଲ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳ ପାଳସାହି ଠାରେ ଗତକାଲି ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗତକାଲି ଏକ ଗୋଠଛଡା ଦନ୍ତା ନଦୀ ପାର ହେବା ସମୟରେ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଦନ୍ତାଟି କୁଳରେ ପହଞ୍ଚିଥିଲା । ତେବେ ନଦୀରେ ପ୍ରଖର ସୁଅ ଥିବାରୁ ହାତୀପଲ ପାଳସାହି ପଟୁ ହିନ୍ଦୋଳ ବନାଞ୍ଚଳକୁ ଯାଇ ପାରୁନାହାନ୍ତି । ତେଣୁ ହାତୀପଲ ପାଳସାହି ନିକଟରେ ଥିବା ଜଙ୍ଗଲରେ […] The post ନଦୀ ବଢ଼ିବାରୁ ନଦୀ ପାର ନହୋଇ ଶୋଇ ପଡିଲେ ହାତୀପଲ appeared first on KNews Odisha.

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳ ପାଳସାହି ଠାରେ ଗତକାଲି ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗତକାଲି ଏକ ଗୋଠଛଡା ଦନ୍ତା ନଦୀ ପାର ହେବା ସମୟରେ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଦନ୍ତାଟି କୁଳରେ ପହଞ୍ଚିଥିଲା । ତେବେ ନଦୀରେ ପ୍ରଖର ସୁଅ ଥିବାରୁ ହାତୀପଲ ପାଳସାହି ପଟୁ ହିନ୍ଦୋଳ ବନାଞ୍ଚଳକୁ ଯାଇ ପାରୁନାହାନ୍ତି ।
ତେଣୁ ହାତୀପଲ ପାଳସାହି ନିକଟରେ ଥିବା ଜଙ୍ଗଲରେ ରହିଯାଇଛନ୍ତି । ଆଜି ପାଳସାହି ଠାରେ ଥିବା କୋଡିଏ ଟିକିଆ ହାତୀପଲ ଜଙ୍ଗଲ ମଧ୍ୟରେ ଶୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦନ୍ତା ସମେତ ଛୋଟ ହାତୀ ଓ ଅନ୍ୟ ହାତୀମାନେ ଆରାମରେ ଜଙ୍ଗଲ ମଧ୍ୟରେ ଶୋଇଥିବା ଦେଖାଯାଉଛି । ନଦୀ ବଢିବା ସହ ହାତୀପଲ ନଦୀ ପାର ହୋଇ ନପାରିବାରୁ ପାଳସାହି ନିକଟରେ ରହିଯାଇଛନ୍ତି ।
Also read :ରାଗିଗଲା ହାତୀ, ଗୋଡ଼ରେ ଦଳିଲା ବାଇକ୍
The post ନଦୀ ବଢ଼ିବାରୁ ନଦୀ ପାର ନହୋଇ ଶୋଇ ପଡିଲେ ହାତୀପଲ appeared first on KNews Odisha.