ହିଜାବକୁ ବିରୋଧ କରି ଖୋଲିଦେଲେ ସବୁ କପଡ଼ା, ଇରାନ୍ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ଅଦ୍ଭୁତ ପ୍ରଦର୍ଶନ

ଇରାନରେ ମହିଳାମାନେ ଦୀର୍ଘ ଦିନରୁ ହିଜାବକୁ ବିରୋଧ କରିଆସୁଛନ୍ତି । ନିକଟରେ ଜଣେ ଯୁବତୀ ରାସ୍ତା ମଝିରେ ଦେହରୁ କପଡ଼ା ଖୋଲି ଅଦ୍ଭୁତ ବିରୋଧ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆ ଭିଡିଓ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର କଡ଼ା ଇସଲାମିକ୍ ଡ୍ରେସ୍ କୋଡ୍ ବିରୋଧରେ ଯୁବତୀ ଇରାନ୍ ବିଶ୍ୱବିଦ୍ୟାଳୟରେ ଏଭଳି ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସଲାମିକ୍ ୟୁନିଭର୍ସିଟିର ସୁରକ୍ଷା କର୍ମୀ ଜଣେ ଅଜଣା ଯୁବତୀଙ୍କୁ କାବୁ […] The post ହିଜାବକୁ ବିରୋଧ କରି ଖୋଲିଦେଲେ ସବୁ କପଡ଼ା, ଇରାନ୍ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ଅଦ୍ଭୁତ ପ୍ରଦର୍ଶନ appeared first on KNews Odisha.

ହିଜାବକୁ ବିରୋଧ କରି ଖୋଲିଦେଲେ ସବୁ କପଡ଼ା, ଇରାନ୍ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ଅଦ୍ଭୁତ ପ୍ରଦର୍ଶନ
hijab

ଇରାନରେ ମହିଳାମାନେ ଦୀର୍ଘ ଦିନରୁ ହିଜାବକୁ ବିରୋଧ କରିଆସୁଛନ୍ତି । ନିକଟରେ ଜଣେ ଯୁବତୀ ରାସ୍ତା ମଝିରେ ଦେହରୁ କପଡ଼ା ଖୋଲି ଅଦ୍ଭୁତ ବିରୋଧ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆ ଭିଡିଓ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର କଡ଼ା ଇସଲାମିକ୍ ଡ୍ରେସ୍ କୋଡ୍ ବିରୋଧରେ ଯୁବତୀ ଇରାନ୍ ବିଶ୍ୱବିଦ୍ୟାଳୟରେ ଏଭଳି ପ୍ରଦର୍ଶନ କରିଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସଲାମିକ୍ ୟୁନିଭର୍ସିଟିର ସୁରକ୍ଷା କର୍ମୀ ଜଣେ ଅଜଣା ଯୁବତୀଙ୍କୁ କାବୁ କରି ନେଇଯାଉଥିବା ଦେଖାଯାଉଛି । ୟୁନିଭର୍ସିଟିର ପ୍ରବକ୍ତା ଅମିର ମହଜୋବ ‘ଏକ୍ସ’ରେ କହିଛନ୍ତି, ସେ ଗଭୀର ମାନସିକ ଚାପରେ ପୀଡ଼ିତ ବୋଲି ଥାନାରେ ଜଣାପଡ଼ିଥିଲା । ଏହାସହ ତାଙ୍କୁ ଅନେକ ମାନସିକ ବିକାର ମଧ୍ୟ ଥିଲା ।

ଯଦିଓ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି କି, ଯୁବତୀ ଜଣକ ବିରୋଧ ପ୍ରଦର୍ଶନ ପାଇଁ ଜାଣିଶୁଣି କପଡ଼ା ଖୋଲିଥିଲେ । ଜଣେ ୟୁଜର ଭିଡିଓ ସହ ଲେଖିଛନ୍ତି, ସର୍ବସାଧାରଣ ସ୍ଥାନରେ ମହିଳା ଅନ୍ତଃବସ୍ତ୍ରରେ ରହିବା ସବୁଠାରୁ ଖରାପ କଥା । ଏହା ବାଧ୍ୟତାମୂଳକ ହିଜାବ ଉପରେ ଅଧିକାରୀମାନଙ୍କ ମୂର୍ଖତାପୂର୍ଣ୍ଣ ଜିଦର ଏକ ପ୍ରତିକ୍ରିୟା ।

ସେପଟେ ଯୁବତୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । ଇରାନର ଏକ ଖବରକାଗଜ ନିଜ ୱେବସାଇଟ ଲେଖିଛି ଯେ ଏମିତି କାମ କରିଥିବା ଯୁବତୀ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ ବୋଲି ସୂତ୍ରରୁ ଜଣାପଡ଼ିଛି । ଯାଞ୍ଚ ପରେ ସମ୍ଭବତଃ ତାଙ୍କୁ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ ।

The post ହିଜାବକୁ ବିରୋଧ କରି ଖୋଲିଦେଲେ ସବୁ କପଡ଼ା, ଇରାନ୍ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ଅଦ୍ଭୁତ ପ୍ରଦର୍ଶନ appeared first on KNews Odisha.