ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା
ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍ କ୍ରାସ୍ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଥିଲା ହେଲିକପ୍ଟର। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ଉଦ୍ଧାରକାରୀ ଦଳ ରହିଛନ୍ତି। ଜର୍ସି ସିଟିର ହଲାଣ୍ଡ ଟନେଲ ଭେଣ୍ଟିଲେସନ ଶାଫ୍ଟ ନିକଟରେ ଘଟିଛି, ଯାହାକି ରିଭର ଡ୍ରାଇଭ ସାଉଥ ଏବଂ ନ୍ୟୁପୋର୍ଟ ପାର୍କଓ୍ବେ ଠାରୁ ବହୁତ ଦୂରରେ, ଓ୍ବାଟର ସୋଲ ସ୍କଲ୍ପଚରୀ ନିକଟରେ ଅବସ୍ଥିତ। ନ୍ୟୁୟର୍କ ସିଟି […] The post ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା appeared first on Dharitri Odia News.
ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍ କ୍ରାସ୍ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଥିଲା ହେଲିକପ୍ଟର। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ଉଦ୍ଧାରକାରୀ ଦଳ ରହିଛନ୍ତି।
ଜର୍ସି ସିଟିର ହଲାଣ୍ଡ ଟନେଲ ଭେଣ୍ଟିଲେସନ ଶାଫ୍ଟ ନିକଟରେ ଘଟିଛି, ଯାହାକି ରିଭର ଡ୍ରାଇଭ ସାଉଥ ଏବଂ ନ୍ୟୁପୋର୍ଟ ପାର୍କଓ୍ବେ ଠାରୁ ବହୁତ ଦୂରରେ, ଓ୍ବାଟର ସୋଲ ସ୍କଲ୍ପଚରୀ ନିକଟରେ ଅବସ୍ଥିତ।
ନ୍ୟୁୟର୍କ ସିଟି ମେୟର ଏରିକ ଆଡାମ୍ସ କହିଛନ୍ତି, ସ୍ପେନର ପାଞ୍ଚ ଜଣିଆ ପରିବାର ଏବଂ ପାଇଲଟ ସମେତ ତିନି ଜଣ ବୟସ୍କ ଏବଂ ତିନି ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସେ କହିଛନ୍ତି।
ମୃତକ ଛଅ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ହେଉଛନ୍ତି ସିମେନ୍ସ କାର୍ଯ୍ୟନିର୍ବାହୀ ଅଗଷ୍ଟିନ ଏସ୍କୋବାର, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ତିନି ଜଣ ପିଲା, ବୟସ ଯଥାକ୍ରମେ ୪, ୫ ଏବଂ ୧୧ ବୋଲି ଜଣାପଡ଼ିଛି।
The post ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା appeared first on Dharitri Odia News.