ନଦୀବନ୍ଧରେ ଯୁବକଙ୍କୁ ହତ୍ୟା
ପାଟକୁରା,୮ା୫(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ନଦୀବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହରିଦାସପୁର ଗ୍ରାମର ଜ୍ୟୋତିପ୍ରକାଶ ପରିଡ଼ା(୧୮)। ଜ୍ୟୋତିପ୍ରକାଶ ହରିଦାସପୁର ଚିତ୍ରୋତ୍ପଳା ମହୋତ୍ସବରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପ୍ରାୟ ୨୦ଜଣ ଯୁବକ ତାଙ୍କୁ ମିଳିତ ଭାବେ ଛୁରାମାଡ଼ ସହିତ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରି ରାସ୍ତାପାର୍ଶ୍ୱରେ ଫୋପାଡ଼ି ଦେଇଥିଲେ। ଜ୍ୟୋତିପ୍ରକାଶଙ୍କୁ ଆକ୍ରମଣ କରୁଥିବା ଦେଖି ଉକ୍ତ ଗ୍ରାମର […] The post ନଦୀବନ୍ଧରେ ଯୁବକଙ୍କୁ ହତ୍ୟା appeared first on Dharitri Odia News.
ପାଟକୁରା,୮ା୫(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ନଦୀବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହରିଦାସପୁର ଗ୍ରାମର ଜ୍ୟୋତିପ୍ରକାଶ ପରିଡ଼ା(୧୮)। ଜ୍ୟୋତିପ୍ରକାଶ ହରିଦାସପୁର ଚିତ୍ରୋତ୍ପଳା ମହୋତ୍ସବରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପ୍ରାୟ ୨୦ଜଣ ଯୁବକ ତାଙ୍କୁ ମିଳିତ ଭାବେ ଛୁରାମାଡ଼ ସହିତ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରି ରାସ୍ତାପାର୍ଶ୍ୱରେ ଫୋପାଡ଼ି ଦେଇଥିଲେ। ଜ୍ୟୋତିପ୍ରକାଶଙ୍କୁ ଆକ୍ରମଣ କରୁଥିବା ଦେଖି ଉକ୍ତ ଗ୍ରାମର କାମାକ୍ଷା ପ୍ରସାଦ ରାଉତରାୟ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। କାମାକ୍ଷା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଜ୍ୟୋତିପ୍ରକାଶଙ୍କ ବଡଭାଇ ରଶ୍ମିରଞ୍ଜନ ପରିଡ଼ାଙ୍କ ଅଭିଯୋଗକ୍ରମେ ପାଟକୁରା ଥାନାରେ ଏକ ମାମଲା(ନଂ.୭୧/୨୫) ରୁଜୁ କରାଯାଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ଜାମସେଦ ସଦଳବଳ ଚଢ଼ାଉ କରି ୫ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏସ୍ପି ସିଦ୍ଧାର୍ଥ କାଟରିଆ ଏବଂ ଏସ୍ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ଏହି ଘଟଣାରେ ୩ଟି ପୋଲିସ ଟିମ୍ ଗଠନ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି କାଟରିଆ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ତେବେ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ରକରି ଅଭିଯୁକ୍ତମାନଙ୍କ ସହ ଜ୍ୟୋତିପ୍ରକାଶଙ୍କ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଏଭଳି ଦୁଃଖଦ ଘଟଣା ଘଟିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି l ଅଧିକ ତଦନ୍ତ ହେଲେ ପ୍ରକୃତ କାରଣ ଜଣାପଡ଼ବ ବୋଲି ପୋଲିସ କହିଛି l ବୁଧବାର ସାରେ ଜ୍ୟୋତିପ୍ରକାଶଙ୍କ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଛି। ଏହାକୁ ନେଇ ହରିଦାସପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
The post ନଦୀବନ୍ଧରେ ଯୁବକଙ୍କୁ ହତ୍ୟା appeared first on Dharitri Odia News.