ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି
ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିକଟିସ୍ଥ ସାନ୍ଦୁଲ ନଦୀରେ ବୁଡିଯାଇ ୨ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନେହା ଦୁର୍ଗା(୧୯) ଏବଂ ରିଙ୍କି ହରିଜନ(୧୬) ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଜବତ କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ନଦୀରେ […] The post ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି appeared first on Dharitri Odia News.
ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିକଟିସ୍ଥ ସାନ୍ଦୁଲ ନଦୀରେ ବୁଡିଯାଇ ୨ ଯୁବତୀଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ନେହା ଦୁର୍ଗା(୧୯) ଏବଂ ରିଙ୍କି ହରିଜନ(୧୬) ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଜବତ କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ନଦୀରେ ଗାଧୋଇବା ବେଳେ ହଟାତ ପାଣି ବଢି ଯାଇଥିଲା। ଫଳରେ ସେମାନେ ପାଣି ଶୁଅରେ ଭାସି ଯାଇଥିଲେ। ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି appeared first on Dharitri Odia News.