ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା
ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଗାଁରେ। ଆଜି ସକାଳେ ଶିଶୁକନ୍ୟା ଜଣଙ୍କ ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ଗାଧୋଉଥିବା ବେଳେ ଝିଅ ନଦୀ ମଧ୍ୟକୁ ଚାଲିଆସିଥିଲେ। ଫଳରେ ପାଣିରେ ଭାସିଯାଇଥିଲେ। ଝିଅ ଭାସି ଯାଉଥିବା ଦେଖି ମା’ ପାଟି କରିବାରୁ ପାଖରେ ଥିବା ଲୋକେ ଦୌଡ଼ି […] The post ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା appeared first on Dharitri Odia News.
ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଗାଁରେ।
ଆଜି ସକାଳେ ଶିଶୁକନ୍ୟା ଜଣଙ୍କ ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ଗାଧୋଉଥିବା ବେଳେ ଝିଅ ନଦୀ ମଧ୍ୟକୁ ଚାଲିଆସିଥିଲେ। ଫଳରେ ପାଣିରେ ଭାସିଯାଇଥିଲେ। ଝିଅ ଭାସି ଯାଉଥିବା ଦେଖି ମା’ ପାଟି କରିବାରୁ ପାଖରେ ଥିବା ଲୋକେ ଦୌଡ଼ି ଆସି ଖୋଜାଖୋଜି କରିଥିଲେ। ପାଣିରୁ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
The post ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା appeared first on Dharitri Odia News.