ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଆମରେଲି ଜିଲ୍ଲାରେ ଅଘଟଣ। ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ। ଆମରେଲି ଜିଲ୍ଲାର ମିଠାପୁର ଡୁଙ୍ଗରି... The post ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ appeared first on .

ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଆମରେଲି ଜିଲ୍ଲାରେ ଅଘଟଣ। ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ। ଆମରେଲି ଜିଲ୍ଲାର ମିଠାପୁର ଡୁଙ୍ଗରି ଗାଁ ନିକଟରେ ଥିବା ଶେତ୍ରୁଞ୍ଜି ନଦୀରେ ଚାରି ଜଣ ଯୁବକଙ୍କ ବୁଡ଼ି ମୃତ୍ୟୁ ହୋଇଛି। ଯୁବକମାନେ ମିଠାପୁର ଡୁଙ୍ଗରି ଗାଁର ବାସିନ୍ଦା ଥିଲେ ବୋଲି ଜଣାପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ନଦିରୁ ମୃତ ୪ ଯୁବକଙ୍କ ମୃତଦେହ ବାହାର କରିଥିଲେ। ମୃତଦେହଗୁଡ଼ିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ଲାଗି ସିଭିଲ ହସ୍ପିଟାଲକୁ ପଠାଇଛି ସ୍ଥାନୀୟ ପ୍ରଶାସନ। ଘଟଣାସ୍ଥଳରେ ସମସ୍ତ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଗ୍ନିଶମଏବଂଜରୁରୀକାଳୀନ ସେବାର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ। ଅଧିକ ଆଇନଗତପ୍ରକ୍ରିୟା ପାଇଁ ମୃତଦେହଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି।

The post ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ appeared first on .