‘ନନଭେଜ୍ ଦୁଗ୍ଧ’କୁ ଭାରତୀୟ ବଜାରରେ ବିକ୍ରି ଲାଗି ଅଡିଯାଇଛି ଆମେରିକା, ପୁରା ହୋଇ ପାରୁନି ଟ୍ରେଡ ଡିଲ

ନୂଆଦିଲ୍ଲୀ ୧୬।୭: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଟ୍ରେଡ ଡିଲ ପୁରା ହୋଇ ପାରୁନି । ଅଧିକାରୀଙ୍କ ସୂତ୍ର ଅନୁସାରେ ପାଖାପାଖି ସବୁ କଥା ଓ ସର୍ତ୍ତରେ ଦୁଇ ଦେଶ ରାଜି, ତେବେ ଆମେରିକୀୟ ଦୁଗ୍ଧକୁ ନେଇ ସହମତି ହୋଇ ପାରୁନି। କେବଳ ଦୁଗ୍ଧ ନୁହେଁ ଡାୟେରୀ ଓ ଏଗ୍ରିକଲଚର ପ୍ରଡକ୍ଟକୁ ନେଇ ସହମତି ହେଉ ନାହିଁ। ଏଥିରେ ଭାରତର ସବୁଠୁ ବଡ଼ ଆପତ୍ତି ‘ନନଭେଜ୍ ଦୁଗ୍ଧ’, ଯାହାକୁ ଭାରତ କୌଣସି ମୂଲ୍ୟରେ ମଧ୍ୟ ମଞ୍ଜୁରୀ ଦେବାକୁ ଚାହୁଁନି। ଅନ୍ୟପଟେ ଆମେରିକା ଟାରିଫ ଚାପ ପକାଇ ମଞ୍ଜୁରୀ ଦେବା ପାଇଁ ଭାରତକୁ ବାଧ୍ୟ କରୁଛି। ଏବେ ପ୍ରଶ୍ନ ଉଠୁଛି ‘ନନଭେଜ ଦୁଗ୍ଧ’ କ’ଣ ଓ ଭାରତରେ ଏହାର ବିକ୍ରି ଲାଗି ଆମେରିକା ଏତେ ଜିଦ କରୁଛି କାହିଁକି? ଆମେରିକାକୁ ଡାୟେରୀ ପ୍ରଡକ୍ଟ ରୂପେ ଭାରତରେ ୧.୪୦ ବିଲିୟନ ଜନସଂଖ୍ୟାର ବଜାର ସାଙ୍ଗକୁ ୮ କୋଟି ଲୋକଙ୍କୁ ରୋଜଗାର ଦେଉଥିବା ବାଣିଜ୍ୟ ଭାବେ ଦେଖୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ୧ ଅଗଷ୍ଟ ଡେଡଲାଇନ ଦେଇଛନ୍ତି। ଏହା ପରେ ଭାରତୀୟ ଉତ୍ପାଦ ଉପରେ ଆମେରିକାରେ ୨୬% ଶୁଳ୍କ ଲାଗୁ ହେବ। ଏଣୁ ଏହା ପୂର୍ବରୁ ଭାରତକୁ ଡାୟେରୀ ଓ ଏଗ୍ରି ପ୍ରଡକ୍ଟ ପ୍ରସଙ୍ଗର ସମାଧାନ କରିବାକୁ ପଡିବ। ଆମେରିକାରେ ଗାଈଙ୍କ ସମେତ ଦୁଗ୍ଧ ଦେଉଥିବା ପଶୁଙ୍କୁ ନନଭେଜ ଖାଦ୍ୟ ଖାଇବାକୁ ଦିଆଯାଏ। ଏଥିରେ ମାଂସ ଓ ରକ୍ତ ମିଶ୍ରିତ ଥାଏ। କେତେକ ରିପୋର୍ଟ ଅନୁସାରେ ଆମେରିକାରେ ଦୁହାଁଳିଆ ପଶୁଙ୍କୁ ପ୍ରାଣୀଙ୍କ ଦେହାବଶେଷର

‘ନନଭେଜ୍ ଦୁଗ୍ଧ’କୁ ଭାରତୀୟ ବଜାରରେ ବିକ୍ରି ଲାଗି ଅଡିଯାଇଛି ଆମେରିକା, ପୁରା ହୋଇ ପାରୁନି ଟ୍ରେଡ ଡିଲ

ନୂଆଦିଲ୍ଲୀ ୧୬।୭: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଟ୍ରେଡ ଡିଲ ପୁରା ହୋଇ ପାରୁନି । ଅଧିକାରୀଙ୍କ ସୂତ୍ର ଅନୁସାରେ ପାଖାପାଖି ସବୁ କଥା ଓ ସର୍ତ୍ତରେ ଦୁଇ ଦେଶ ରାଜି, ତେବେ ଆମେରିକୀୟ ଦୁଗ୍ଧକୁ ନେଇ ସହମତି ହୋଇ ପାରୁନି। କେବଳ ଦୁଗ୍ଧ ନୁହେଁ ଡାୟେରୀ ଓ ଏଗ୍ରିକଲଚର ପ୍ରଡକ୍ଟକୁ ନେଇ ସହମତି ହେଉ ନାହିଁ। ଏଥିରେ ଭାରତର ସବୁଠୁ ବଡ଼ ଆପତ୍ତି ‘ନନଭେଜ୍ ଦୁଗ୍ଧ’, ଯାହାକୁ ଭାରତ କୌଣସି ମୂଲ୍ୟରେ ମଧ୍ୟ ମଞ୍ଜୁରୀ ଦେବାକୁ ଚାହୁଁନି। ଅନ୍ୟପଟେ ଆମେରିକା ଟାରିଫ ଚାପ ପକାଇ ମଞ୍ଜୁରୀ ଦେବା ପାଇଁ ଭାରତକୁ ବାଧ୍ୟ କରୁଛି। 

ଏବେ ପ୍ରଶ୍ନ ଉଠୁଛି ‘ନନଭେଜ ଦୁଗ୍ଧ’ କ’ଣ ଓ ଭାରତରେ ଏହାର ବିକ୍ରି ଲାଗି ଆମେରିକା ଏତେ ଜିଦ କରୁଛି କାହିଁକି? ଆମେରିକାକୁ ଡାୟେରୀ ପ୍ରଡକ୍ଟ ରୂପେ ଭାରତରେ ୧.୪୦ ବିଲିୟନ ଜନସଂଖ୍ୟାର ବଜାର ସାଙ୍ଗକୁ ୮ କୋଟି ଲୋକଙ୍କୁ ରୋଜଗାର ଦେଉଥିବା ବାଣିଜ୍ୟ ଭାବେ ଦେଖୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ୧ ଅଗଷ୍ଟ ଡେଡଲାଇନ ଦେଇଛନ୍ତି। ଏହା ପରେ ଭାରତୀୟ ଉତ୍ପାଦ ଉପରେ ଆମେରିକାରେ ୨୬% ଶୁଳ୍କ ଲାଗୁ ହେବ। ଏଣୁ ଏହା ପୂର୍ବରୁ ଭାରତକୁ ଡାୟେରୀ ଓ ଏଗ୍ରି ପ୍ରଡକ୍ଟ ପ୍ରସଙ୍ଗର ସମାଧାନ କରିବାକୁ ପଡିବ। 

ଆମେରିକାରେ ଗାଈଙ୍କ ସମେତ ଦୁଗ୍ଧ ଦେଉଥିବା ପଶୁଙ୍କୁ ନନଭେଜ ଖାଦ୍ୟ ଖାଇବାକୁ ଦିଆଯାଏ। ଏଥିରେ ମାଂସ ଓ ରକ୍ତ ମିଶ୍ରିତ ଥାଏ। କେତେକ ରିପୋର୍ଟ ଅନୁସାରେ ଆମେରିକାରେ ଦୁହାଁଳିଆ ପଶୁଙ୍କୁ ପ୍ରାଣୀଙ୍କ ଦେହାବଶେଷରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏଥିରେ ଗାଈଙ୍କୁ ଏପରି ଖାଦ୍ୟରେ ଘୁଷୁରୀ, ମାଛ, କୁକୁଡା, ଘୋଡା ଏପରିକି ବିଲେଇ ଓ କୁକୁରଙ୍କ ମାଂସ ଓ ରକ୍ତ ମିସାଯାଏ। ଏହା ଦ୍ୱାରା ଦୁଗ୍ଧ ଦେଉଥିବା ଗାଈଙ୍କ ଦେହରେ ପ୍ରୋଟିନର ପରିମାଣ ବଢିଯାଏ। ଏଇ କଥାକୁ ନେଇ ଭାରତର ଆପତ୍ତି। 

କାରଣ ଭାରତରେ ଗାଈଙ୍କୁ ଏପରି କୌଣସି ଖାଦ୍ୟପଦାର୍ଥ ଦିଆଯାଏନି। ସେମାନଙ୍କୁ ସମ୍ପୂର୍ଣ୍ଣ ସାକାହାରୀ ସାମଗ୍ରୀ ଖାଇବାକୁ ଦିଆଯାଏ। ଭାରତରେ ଦୁଗ୍ଧ ଓ ଘିଅ ଖାଦ୍ୟ ଛଡା ଧାର୍ମିକ ଅନୁଷ୍ଠାନରେ ମଧ୍ୟ ପ୍ରୟୋଜନ ହୋଇଥାଏ। ଏଣୁ ସରକାର କୌଣସି ମୂଲ୍ୟରେ ମଧ୍ୟ ଆମେରିକୀୟ ଡାୟେରୀ ପ୍ରଡକ୍ଟକୁ ଭାରତରେ କାରବାର ପାଇଁ ମଞ୍ଜୁରୀ ଦେବାକୁ ଅନିଛୁକ। ଏଣୁ ଭାରତ ସରକାର ସ୍ପଷ୍ଟ ରୂପେ କହିଛନ୍ତି ଯେ ଭାରତରେ କେବଳ ସେହି ଡାୟେରୀ ପ୍ରଡକ୍ଟକୁ ବିକ୍ରି ଲାଗି ଅନୁମତି ମିଳିବ ଯାହା ଆମର ସାକାହାରୀ ସାର୍ଟିଫିକେସନ ଉତୀର୍ଣ୍ଣ ହେବ। 

ତେବେ ଭାରତର ଏହି ଆପତ୍ତିକୁ ଆମେରିକା ଅଣଜରୁରି ବାଧା ବୋଲି କହିଛି ଯଦିଓ ମାମଲା ସମ୍ପର୍କିତ ଜନୈକ ବରିଷ୍ଠ ଭାରତୀୟ ଅଧିକାରୀ ଏହା ଆମ ଲାଗି ‘ରେଡ ଲାଇନ’ ବୋଲି କହିଛନ୍ତି।  ଆମେରିକା ଏହି ପ୍ରସଙ୍ଗକୁ ଡବ୍ଲୁଟିଓରେ ମଧ୍ୟ ଉଠାଇଛି। ଆମେରିକାର କହିବା କଥା ହେଉଛି ଭାରତ ପ୍ରଥମେ ଯେବେ ଡାୟେରୀ ସାର୍ଟିଫିକେସନ ସମ୍ପର୍କରେ କହିଥିଲା ଏଥିରେ ସେଭଳି କୌଣସି ପ୍ରସଙ୍ଗର ଉଲ୍ଲେଖ ନଥିଲା। 

ଆମେରିକା ନିଜର ଡାୟେରୀ ପ୍ରଡକ୍ଟ ନିମନ୍ତେ ଭାରତୀୟ ବଜାରରେ ପ୍ରବେଶ ଚାହୁଁଛି, ଏଥିରେ ଯଦି ଭାରତ ମଞ୍ଜୁରୀ ଦେଇଦିଏ ତେବେ ଆମେରିକା ତା ଉତ୍ପାଦକୁ କମ୍ ମୂଲ୍ୟରେ ବିକ୍ରି କରିବ। ଏହା ଦ୍ୱାରା ଦେଶର ଡାୟେରୀ ଉତ୍ପାଦ ଉପରେ ଏହାର ପ୍ରଭାବ ପଡିବ ଓ ଚାଷୀଙ୍କର କ୍ଷତି ହେବ। ଯଦି ଏପରି ହୁଏ ତେବେ ଭାରତୀୟ ଡାୟେରୀ ଉଦ୍ୟୋଗକୁ ବାର୍ଷିକ ୧ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଭାରତର ଡାୟେରୀ ଉଦ୍ୟୋଗ ଜିଡିପିର ପାଖାପାଖି ୩% ଅର୍ଥାତ ୯ଲକ୍ଷ କୋଟି ଟଙ୍କା ଆଖପାଖରେ ରହୁଛି।