ରାତି ଅଧରେ ହଷ୍ଟେଲରେ ପଶିଲେ ସିନିୟର ପିଲା, ଜୁନିୟର ପିଲାଙ୍କୁ କଲେ ଆକ୍ରମଣ

କେନ୍ଦୁଝର ୦୬/୧୧: ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ରୁମ୍‌ରେ ପଶି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର୍ ପିଲା  । ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର । ଏନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର ଲୋକେ । କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ଏଭଳି ଘଟଣା ଘଟିଛି । ସୂଚନାଥାଉକି, କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରଙ୍କ ମାଡ଼ରେ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି । ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର ଛାତ୍ର । ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସିନିୟର୍ ପିଲାମାନେ ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ପଶି ଲୁହାରଡ଼ ଏବଂ ବାଡ଼ିରେ ବିଶ୍ୱଜିତଙ୍କୁ ପିଟିଥିଲେ । ଏଥିରେ ବିଶ୍ୱଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍

ରାତି ଅଧରେ ହଷ୍ଟେଲରେ ପଶିଲେ ସିନିୟର ପିଲା, ଜୁନିୟର ପିଲାଙ୍କୁ କଲେ ଆକ୍ରମଣ

କେନ୍ଦୁଝର ୦୬/୧୧: ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ରୁମ୍‌ରେ ପଶି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର୍ ପିଲା  । ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର । ଏନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର ଲୋକେ । କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ଏଭଳି ଘଟଣା ଘଟିଛି । 

ସୂଚନାଥାଉକି, କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରଙ୍କ ମାଡ଼ରେ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି । ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର ଛାତ୍ର । ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । 

ସିନିୟର୍ ପିଲାମାନେ ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ପଶି ଲୁହାରଡ଼ ଏବଂ ବାଡ଼ିରେ ବିଶ୍ୱଜିତଙ୍କୁ ପିଟିଥିଲେ । ଏଥିରେ ବିଶ୍ୱଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଏନେଇ ପୀଡ଼ିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।