ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ

‘ବାନରଙ୍କ ଦୁନିଆ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ ଦେଖିବାକୁ ମିଳିବ । ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୩୬୬୫.୨ ବର୍ଗଫୁଟ୍ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୭୫ ଲକ୍ଷ ଟଙ୍କା  । ‘ବାନରଙ୍କ ଦୁନିଆ’ରେ ବିଭିନ୍ନ ଦେଶର ୭ଟି […] The post ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ appeared first on KNews Odisha.

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ
monkey

‘ବାନରଙ୍କ ଦୁନିଆ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ ‘ବାନରଙ୍କ ଦୁନିଆ’ । ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ ଦେଖିବାକୁ ମିଳିବ । ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ୧୩୬୬୫.୨ ବର୍ଗଫୁଟ୍ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି ।

ଏଥିପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୭୫ ଲକ୍ଷ ଟଙ୍କା  । ‘ବାନରଙ୍କ ଦୁନିଆ’ରେ ବିଭିନ୍ନ ଦେଶର ୭ଟି ପ୍ରଜାତିର ମାଙ୍କଡ଼ ରହିବେ । ସେଥି ମଧ୍ୟରେ ଅଛନ୍ତି କଲମ୍ବିଆର ତୁଳା ମୁଣ୍ଡିଆ ଟାମାରିନ୍, ଦକ୍ଷିଣ ଆମେରିକାର ସୁନେଲି ହାତ ଟାମାରିନ୍,କଳାକାନ୍ ମାର୍ମୋସେଟ୍, ଗୁଣ୍ଡୁଚି ମାଙ୍କଡ ଓ ଟଫ୍ରେଡ୍ କାସୁଚିନ୍ ।

ସେହିପରି ମଳୟ ଉପଦ୍ବୀପ ଓ ସୁମାତ୍ରାର ସିଆମାଙ୍ଗ୍, ବ୍ରାଜିଲ୍ ଓ କଲମ୍ବିଆର ଜିଓଫ୍ରେ ମାର୍ମୋସେଟ୍ । ଏହି ମାଙ୍କଡଙ୍କ ପାଇଁ ୧୮ଟି ଫିଡିଙ୍ଗ୍ ଚାମ୍ବର ଓ ୧୦ଟି ବ୍ୟାକ୍ କ୍ରୋଲ କରାଯାଇଛି । ପର୍ଯ୍ୟଟକମାନେ ଖୁଆଡ ବୁଲି ଦେଖିିବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ୍ କରିବା ସହ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି । ଏହାସହ କୃତ୍ରିମ ଝରଣା ଦେଖି ପାରିବେ ପର୍ଯ୍ୟଟକ।

The post ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ appeared first on KNews Odisha.