ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ରେଡ୍ ବେଳେ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା
ମାଲକାନଗିରି : ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ମାଲକାନଗିରି ଜଳ ସମ୍ପଦ ବିଭାଗ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ରେଡ୍ ବେଳେ ମିଳିଲା ନଗଦ ଏକ କୋଟି ଟଙ୍କା । ଜୟପୁରସ୍ଥିତ ଘର ଓ ମାଲକାନଗିରି MV-8ରେ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପ୍ରକଳ୍ପ ନିର୍ଦ୍ଦେଶକ, ସହକାରୀ ଯନ୍ତ୍ରୀ, କିରାଣି ଓ ଡାଟା ଏଣ୍ଟ୍ରି […] The post ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ରେଡ୍ ବେଳେ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା appeared first on KNews Odisha.

ମାଲକାନଗିରି : ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ମାଲକାନଗିରି ଜଳ ସମ୍ପଦ ବିଭାଗ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ରେଡ୍ ବେଳେ ମିଳିଲା ନଗଦ ଏକ କୋଟି ଟଙ୍କା । ଜୟପୁରସ୍ଥିତ ଘର ଓ ମାଲକାନଗିରି MV-8ରେ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପ୍ରକଳ୍ପ ନିର୍ଦ୍ଦେଶକ, ସହକାରୀ ଯନ୍ତ୍ରୀ, କିରାଣି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ବି ରେଡ୍ ହେଉଛି ।
ସୂଚନା ଅନୁସାରେ ଗତକିଛି ଦିନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା । ଭୁବନେଶ୍ୱର, ବାଲେଶ୍ଵର, ଯାଜପୁର ଓ ସୁନ୍ଦରଗଡ଼ରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ଆହୁରି ପଢନ୍ତୁ : ସ୍କୁଲର ବରିଷ୍ଠ କର୍ମଚାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ, ମହିଳା ସଫେଇ କର୍ମଚାରୀଙ୍କ ସହ କରୁଥିଲେ ଅସଦାଚରଣ
The post ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ରେଡ୍ ବେଳେ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା appeared first on KNews Odisha.