ନବ ଦାସ ହତ୍ୟାକାଣ୍ଡ ମାମଲା, ପରିବାରବର୍ଗଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ନୂଆ ଭାବେ ତଦନ୍ତ ଆରମ୍ଭ କରିଛି।ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏହି ସୂଚନା ପ୍ରଦାନ କରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ସକ୍ରିୟ ଭାବରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ କରୁଛି। ମୃତ ନେତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। କାରଣ ମାମଲାର ତଦନ୍ତ ଯେପରି ହେବା ଉଚିତ ସେପରି ହୋଇନାହିଁ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି […]

ନବ ଦାସ ହତ୍ୟାକାଣ୍ଡ ମାମଲା, ପରିବାରବର୍ଗଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ନୂଆ ଭାବେ ତଦନ୍ତ ଆରମ୍ଭ କରିଛି।ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏହି ସୂଚନା ପ୍ରଦାନ କରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ସକ୍ରିୟ ଭାବରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ କରୁଛି।

ମୃତ ନେତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। କାରଣ ମାମଲାର ତଦନ୍ତ ଯେପରି ହେବା ଉଚିତ ସେପରି ହୋଇନାହିଁ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।

ଏହି ତଦନ୍ତର ଅଂଶ ସ୍ୱରୂପ କ୍ରାଇମବ୍ରାଞ୍ଚର ଏକ ଦଳ ଆଜି ଝାରସୁଗୁଡ଼ାର ସରବାହାଲସ୍ଥିତ ନବ ଦାସଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।