ନବମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ଶେଷ ପର୍ଯ୍ୟାୟରେ ତିନିରଥର ୪୨ ତୁମ୍ବରେ ବିନ୍ଧ କାର୍ଯ୍ୟ ଏବଂ ଅଗର ବିନ୍ଧ

ପୁରୀ: ରଥ ନିର୍ମାଣର ନବମ ଦିନ ସୁଦ୍ଧା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ସହ ତୁମ୍ବ ଗୁଡିକରେ ଅଗର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ। ଏହା ସହ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତିନି ରଥର ତୁମ୍ବ ଗୁଡ଼ିକର ବିନ୍ଧ କାର୍ଯ୍ୟ ସମାନ୍ତରଳ ଭାବେ ଆଗେଇ ଚାଲିଛି ।ତାଳଧ୍ଵଜ ରଥର ମୋଟ ୧୪ ଗୋଟି ଚକ ପାଇଁ ଆବଶ୍ୟକ ୧୪ ଗୋଟି ତୁମ୍ବ ରୁ ଆଜି ସୁଦ୍ଧା ୧୧ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି, ତୁମ୍ବ ଗୁଡ଼ିକର ଅଗର ବିନ୍ଧ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ ।ଦର୍ପଦଳନ ରଥର ମୋଟ ୧୨ ଗୋଟି ତୁମ୍ବ ରୁ ୧୦ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବ ଗୁଡିକରେ ଅଗର ବିନ୍ଧ ଏବଂ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଶେଷ ହୋଇଛି, ବାକି ଶେଷ ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ସେହିଭଳି ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ତୁମ୍ବ ରୁ ୧୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବାସହ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଶେଷ କରିଛନ୍ତି, ଏଥିସହ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଚାଲୁ ରହିଛି । ବାକି ୪ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।ସପଟେ ଦୋ

ନବମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ଶେଷ ପର୍ଯ୍ୟାୟରେ ତିନିରଥର ୪୨ ତୁମ୍ବରେ ବିନ୍ଧ କାର୍ଯ୍ୟ ଏବଂ ଅଗର ବିନ୍ଧ

ପୁରୀ: ରଥ ନିର୍ମାଣର ନବମ ଦିନ ସୁଦ୍ଧା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ସହ ତୁମ୍ବ ଗୁଡିକରେ ଅଗର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ। ଏହା ସହ ତୁମ୍ବ ଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତିନି ରଥର ତୁମ୍ବ ଗୁଡ଼ିକର ବିନ୍ଧ କାର୍ଯ୍ୟ ସମାନ୍ତରଳ ଭାବେ ଆଗେଇ ଚାଲିଛି ।

ତାଳଧ୍ଵଜ ରଥର ମୋଟ ୧୪ ଗୋଟି ଚକ ପାଇଁ ଆବଶ୍ୟକ ୧୪ ଗୋଟି ତୁମ୍ବ ରୁ ଆଜି ସୁଦ୍ଧା ୧୧ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି, ତୁମ୍ବ ଗୁଡ଼ିକର ଅଗର ବିନ୍ଧ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ ।

ଦର୍ପଦଳନ ରଥର ମୋଟ ୧୨ ଗୋଟି ତୁମ୍ବ ରୁ ୧୦ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବ ଗୁଡିକରେ ଅଗର ବିନ୍ଧ ଏବଂ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଶେଷ ହୋଇଛି, ବାକି ଶେଷ ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ସେହିଭଳି ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ତୁମ୍ବ ରୁ ୧୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବାସହ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କାର୍ଯ୍ୟ ମହାରଣା ସେବକ ମାନେ ଶେଷ କରିଛନ୍ତି, ଏଥିସହ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଚାଲୁ ରହିଛି । ବାକି ୪ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ସପଟେ ଦୋଳ ବେଦୀ ଅସ୍ଥାୟୀ କମାର ଶଳା ରେ ତିନି ରଥର ମୋଟ ୪୨ ଚକ  ର ତୁମ୍ବ ପାଇଁ ଓଝା ସେବକ ମାନେ  ଆର କଣ୍ଟା ଏବଂ ଅନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି ।