ନବୀନ ନିବାସରେ କୋରାପୁଟ କସରତ, ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା
ଭୁବନେଶ୍ୱର ୨୦।୦୩ : ୨୪ ସଜବାଜ । ପାଖେଇ ଆସୁଛି ନିର୍ବାଚନ । ଏନେଇ ସବୁ ଦଳ ପକ୍ଷରୁ ଆରମ୍ଭ ହେଲାଣି କସରତ । ଏହିକ୍ରମରେ ବିଜେଡି ମଧ୍ୟ ପଛରେ ନାହିଁ । ଦଳ ପକ୍ଷରୁ ଗତ କିଛି ଦିନ ଧରି ଜିଲ୍ଲା ଓ୍ୱାରୀ ଚାଲିଛି ଆଲୋଚନା । ଏହିକ୍ରମରେ ବୁଧବାର ଦିନ ନବୀନ ନିବାସରେ ଚାଲିଛି କୋରାପୁଟ କସରତ । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ନବୀନ ନିବାସରେ ପହଞ୍ଚିଛନ୍ତି କୋରାପୁଟ ପର୍ଯ୍ୟବେକ୍ଷକ ଆଉ ନେତା । ଏଥିରେ ଅଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଉ କିଛି ନେତା ଉପସ୍ଥିତ ରହିଥିବା ସୂଚନା ମିଳିଛି । ସେହିପରି ପୂର୍ବରୁ ପୁରୀ , କେନ୍ଦ୍ରାପଡ଼ା ଜିଲ୍ଲା ଓ୍ୱାରୀ ସମୀକ୍ଷା କରିଛନ୍ତି ପାର୍ଟି ସୁପ୍ରିମୋ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନେତା ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ । ଦଳ ଆଗାମୀ ନିର୍ବାଚନରେ କିପରି ପ୍ରାର୍ଥୀ ଦେବ । କିପରି ଦଳ ବିଜୟ କରିବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱର ୨୦।୦୩ : ୨୪ ସଜବାଜ । ପାଖେଇ ଆସୁଛି ନିର୍ବାଚନ । ଏନେଇ ସବୁ ଦଳ ପକ୍ଷରୁ ଆରମ୍ଭ ହେଲାଣି କସରତ । ଏହିକ୍ରମରେ ବିଜେଡି ମଧ୍ୟ ପଛରେ ନାହିଁ । ଦଳ ପକ୍ଷରୁ ଗତ କିଛି ଦିନ ଧରି ଜିଲ୍ଲା ଓ୍ୱାରୀ ଚାଲିଛି ଆଲୋଚନା । ଏହିକ୍ରମରେ ବୁଧବାର ଦିନ ନବୀନ ନିବାସରେ ଚାଲିଛି କୋରାପୁଟ କସରତ ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ନବୀନ ନିବାସରେ ପହଞ୍ଚିଛନ୍ତି କୋରାପୁଟ ପର୍ଯ୍ୟବେକ୍ଷକ ଆଉ ନେତା । ଏଥିରେ ଅଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଉ କିଛି ନେତା ଉପସ୍ଥିତ ରହିଥିବା ସୂଚନା ମିଳିଛି ।

ସେହିପରି ପୂର୍ବରୁ ପୁରୀ , କେନ୍ଦ୍ରାପଡ଼ା ଜିଲ୍ଲା ଓ୍ୱାରୀ ସମୀକ୍ଷା କରିଛନ୍ତି ପାର୍ଟି ସୁପ୍ରିମୋ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନେତା ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ । ଦଳ ଆଗାମୀ ନିର୍ବାଚନରେ କିପରି ପ୍ରାର୍ଥୀ ଦେବ । କିପରି ଦଳ ବିଜୟ କରିବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।