ୟୁନିୟନ ବଜେଟ୍ ପୂର୍ବରୁ ଆସିବ ଅର୍ଥନୀତି ସର୍ଭେ ରିପୋର୍ଟ; ଜାଣନ୍ତୁ କେତେବେଳେ ସଂସଦରେ ହେବ ଉପସ୍ଥାପନ
ନୂଆଦିଲ୍ଲୀ,୨୨/୦୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ । ଆସନ୍ତାକାଲି ଉପସ୍ଥାପନ ହେବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ପାରିତ କରିବେ । ଲଗାତାର ୭ଥର ବଜେଟ୍ ଉପସ୍ଥାପନ କରିବାରେ ସେ ହେବେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ । ପୂର୍ବରୁ ମୋରାରଜୀ ଦେଶାଇ ୬ଥର ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ରହିଛି । ସେ ୧୯୫୯ରୁ ୧୯୬୪ ଯାଏ ଅର୍ଥମନ୍ତ୍ରୀ ଥିବା ବେଳେ ୫ଟି ପୂର୍ଣ୍ଣକାଳୀନ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ଏଥର ମଧ୍ୟ ପୂର୍ବଥର ଭଳି ପେପରଲେସ୍ ଭାବେ ବଜେଟ ଉପସ୍ଥାପନ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ଫେବ୍ରୁଆରି ୨୦୨୪ରେ ଅନ୍ତରୀଣ ବଜେଟ ଆଣିଥିଲେ ସରକାର । ବଜେଟ ପ୍ରସ୍ତୁତି ପୂର୍ବରୁ ବିଭିନ୍ନ କ୍ଷେତ୍ର ଅଂଶୀଦାରଙ୍କ ସହ ଅର୍ଥମନ୍ତ୍ରୀ ପ୍ରାକ୍ ବଜେଟ୍ ବୈଠକ କରିଥିଲେ । ଜୁନ ୨୦ ପରଠାରୁ ଅର୍ଥମନ୍ତ୍ରୀ ଶ୍ରମିକ ସଙ୍ଗଠନ, ଶିକ୍ଷା, ସ୍ୱାସ୍ଥ୍ୟ, ଏମ୍ଏସ୍ଏମ୍ଇ, ଅର୍ଥନୀତିଜ୍ଞଙ୍କ ସହ ଅନ୍ୟ କ୍ଷେତ୍ର ଗୁଡିକ ସହ ଆଲୋଚନା କରିଥିଲେ । ପୁଞ୍ଜି ଖର୍ଚ୍ଚ ବୃଦ୍ଧି, ବିତ୍ତୀୟ ନିୟଣ୍ଟକୁ ନିୟନ୍ତ୍ରଣ କରିବା ଉପରେ ବିଶେଷଜ୍ଞ ମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବଜେଟରେ ସରକାର ପୁଞ୍ଜି ଖର୍ଚ୍ଚକୁ ପ୍ରାଥମିକତା ଦେବାକୁ ସିଆଇଆଇ ନିବେଦନ କରିଛି । ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଦେଶରେ ଅର୍ଥନୈତିକ ସର୍ଭେ ହୋଇଥିଲା । ଏହି ରିପୋର୍ଟରେ ଭାରତୀୟ ଅର୍ଥ ବ୍ୟବସ
ନୂଆଦିଲ୍ଲୀ,୨୨/୦୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ । ଆସନ୍ତାକାଲି ଉପସ୍ଥାପନ ହେବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ପାରିତ କରିବେ । ଲଗାତାର ୭ଥର ବଜେଟ୍ ଉପସ୍ଥାପନ କରିବାରେ ସେ ହେବେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ । ପୂର୍ବରୁ ମୋରାରଜୀ ଦେଶାଇ ୬ଥର ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ରହିଛି । ସେ ୧୯୫୯ରୁ ୧୯୬୪ ଯାଏ ଅର୍ଥମନ୍ତ୍ରୀ ଥିବା ବେଳେ ୫ଟି ପୂର୍ଣ୍ଣକାଳୀନ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ ।
ଏଥର ମଧ୍ୟ ପୂର୍ବଥର ଭଳି ପେପରଲେସ୍ ଭାବେ ବଜେଟ ଉପସ୍ଥାପନ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ଫେବ୍ରୁଆରି ୨୦୨୪ରେ ଅନ୍ତରୀଣ ବଜେଟ ଆଣିଥିଲେ ସରକାର । ବଜେଟ ପ୍ରସ୍ତୁତି ପୂର୍ବରୁ ବିଭିନ୍ନ କ୍ଷେତ୍ର ଅଂଶୀଦାରଙ୍କ ସହ ଅର୍ଥମନ୍ତ୍ରୀ ପ୍ରାକ୍ ବଜେଟ୍ ବୈଠକ କରିଥିଲେ । ଜୁନ ୨୦ ପରଠାରୁ ଅର୍ଥମନ୍ତ୍ରୀ ଶ୍ରମିକ ସଙ୍ଗଠନ, ଶିକ୍ଷା, ସ୍ୱାସ୍ଥ୍ୟ, ଏମ୍ଏସ୍ଏମ୍ଇ, ଅର୍ଥନୀତିଜ୍ଞଙ୍କ ସହ ଅନ୍ୟ କ୍ଷେତ୍ର ଗୁଡିକ ସହ ଆଲୋଚନା କରିଥିଲେ ।
ପୁଞ୍ଜି ଖର୍ଚ୍ଚ ବୃଦ୍ଧି, ବିତ୍ତୀୟ ନିୟଣ୍ଟକୁ ନିୟନ୍ତ୍ରଣ କରିବା ଉପରେ ବିଶେଷଜ୍ଞ ମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବଜେଟରେ ସରକାର ପୁଞ୍ଜି ଖର୍ଚ୍ଚକୁ ପ୍ରାଥମିକତା ଦେବାକୁ ସିଆଇଆଇ ନିବେଦନ କରିଛି । ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଦେଶରେ ଅର୍ଥନୈତିକ ସର୍ଭେ ହୋଇଥିଲା । ଏହି ରିପୋର୍ଟରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇଛି । ଅର୍ଥନୀତି ସର୍ଭେ ରିପୋର୍ଟକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଇକୋନମିକ୍ ଆଫାୟର ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ ଜୁଲାଇ ୨୨ ତାରିଖ ଅର୍ଥାତ୍ ଆଜି ଅପରାହ୍ଣ 2.30 ମିନିଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ । ସର୍ଭେ ରିପୋର୍ଟ ରଖା ଯିବା ପରେ ଅର୍ଥନୀତି ମୁଖ୍ୟ ପରାମର୍ଶଦାତା ପ୍ରେସ୍ ବିବୃତି ରଖିବେ ।
ଗତବର୍ଷ ଅର୍ଥନୀତି ସର୍ଭେ ରିପୋର୍ଟରେ ଏହାର ଥିମ୍ ପ୍ରସ୍ତୁତ ହୋଇଥିଲା । ସାରା ବିଶ୍ବ ଅର୍ଥନୀତି ଋଷ୍-ୟୁକ୍ରେନ ଯୁଦ୍ଧ ପାଇଁ ପ୍ରଭାବିତ ହୋଇଥିବା ବେଳେ ଭାରତର ଅର୍ଥନୀତି କୋଭିଡ୍ ପରେ ସୁଧୁରିଆରେ ଲାଗିଛି । ଏହା ସମ୍ପୂର୍ଣ୍ଣ ଭାବେ ମାନ୍ଦାବସ୍ଥାରୁ ଫେରି ଆସିଛି ବୋଲି ଏଥିରେ କୁହାଯାଇଛି ।
୧୯୫୦-୫୧ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଅର୍ଥନୀତି ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଏହାକୁ ବଜେଟ୍ କାଗଜପତ୍ରରେ ଭାବେ ବ୍ୟବହାର କରାଯାଉଥିଲା । ମାତ୍ର 1960 ମହିସାରେ ଏହି ସର୍ଭେ ରିପୋର୍ଟ ସ୍ବତନ୍ତ୍ର ଭାବେ ବଜେଟ୍ ଠାରୁ ଅଲଗା ହୋଇଥିଲା । ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପାନ ହେବାର ଗୋଟିଏ ଦିନ ପୂର୍ବରୁ ସରକାର ଅର୍ଥନୀତି ସର୍ଭେ ରିପୋର୍ଟକୁ ସାମ୍ନାକୁ ଆଣିଥାନ୍ତି ।...