ନବୀନ ନିବାସରେ ଟିକେଟ କସରତ, ୩ ଜିଲ୍ଲାର ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର ୨୪/୦୩: ନବୀନ ନିବାସରେ ଚାଲିଛି ଟିକେଟ କସରତ । ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡତ ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ସୂଚନା ଥାଉକି, ନବୀନ ନିବାସରେ ଢେଙ୍କାନାଳ, ସୁନ୍ଦର ଗଡ଼, କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ହେବ । ବୈଠକରେ ଦଳର ସୁପ୍ରିମ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ ଭିକେ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସ ଙ୍କ ସହ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବ । ନିର୍ବାଚନରେ ବିଜେଡିର ସଂସଦୀୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଆଲୋଚନା ହେବ । you can also read..ଯୁବପିଢିଙ୍କ ଭବିଷ୍ୟତ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି

ନବୀନ ନିବାସରେ ଟିକେଟ କସରତ, ୩ ଜିଲ୍ଲାର ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର ୨୪/୦୩: ନବୀନ ନିବାସରେ ଚାଲିଛି ଟିକେଟ କସରତ । ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । 


ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡତ ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି । 


ସୂଚନା ଥାଉକି, ନବୀନ ନିବାସରେ ଢେଙ୍କାନାଳ, ସୁନ୍ଦର ଗଡ଼, କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ହେବ । ବୈଠକରେ ଦଳର ସୁପ୍ରିମ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ ଭିକେ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସ ଙ୍କ ସହ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବ । ନିର୍ବାଚନରେ ବିଜେଡିର ସଂସଦୀୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଆଲୋଚନା ହେବ । 

you can also read..

ଯୁବପିଢିଙ୍କ ଭବିଷ୍ୟତ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି