ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍ସ
ଭୁବନେଶ୍ୱର : ଭୁବନେଶ୍ୱରକୁ ଦିନିକିଆ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍ ଗେଟ୍ସ। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ , କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର : ଭୁବନେଶ୍ୱରକୁ ଦିନିକିଆ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍ ଗେଟ୍ସ। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ , କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ମୁଖ୍ୟମନ୍ତ୍ରୀ -ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ
ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ କଲେ ଆଲୋଚନା
ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ@CMO_Odisha @BillGates #odisha #BillGates pic.twitter.com/RCmrNdE369— Sakala News (@SakalaNews) February 28, 2024
ଏହାପୂର୍ବରୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ସକାଳୁ ଭୁବନେଶ୍ବର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବସ୍ତି ପରିଦର୍ଶନ କରିଥିଲେ। ବସ୍ତି ବୁଲିବା ସହ ବିଲ୍ ଗେଟ୍ସ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଛନ୍ତି । ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ। ଏହାପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଛନ୍ତି। କୃଷି ସମୀକ୍ଷା କେନ୍ଦ୍ର ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି। ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର। ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି। ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା। ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବା ପାଇଁ କୃଷି ଭବନରେ ପହଞ୍ଚିଥିଲେ ବିଲ୍ ଗେଟ୍ସ।
ମିଶନ ଶକ୍ତି ବଜାର ବୁଲି ଦେଖିଲେ ବିଲ୍ ଗେଟ୍ସ। ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଲ୍ ଗେଟ୍ସଙ୍କୁ ସ୍ବାଗତ କରିବା ସହ ଭିତରକୁ ପାଛୋଟି ନେଇଥିଲେ। #MissionShakti #odisha pic.twitter.com/r8GVFyHHEd
— Sakala News (@SakalaNews) February 28, 2024
ଏଥି ସହିତ ବିଲ୍ ଗେଟ୍ସ ଭୁବନେଶ୍ବରରେ ନୂଆ ଭାବେ ଉଦ୍ଘାଟିତ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ। ବିଲ୍ ଗେଟ୍ସ ମିଶନ ଶକ୍ତି ବଜାରର ସବୁ ଷ୍ଟଲକୁ ଗୋଟିଗୋଟି କରି ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ। ମିଶନ ଶକ୍ତି ବଜାର ପରିଦର୍ଶନ କରିବା ସହ ବିଲ୍ ଗେଟ୍ସ କୋରାପୁଟ୍ କଫି ପିଇଥିଲେ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିବା ସହ ବିଲ୍ ଗେଟ୍ସ କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେଇଥିଲେ।
ମିଶନ ଶକ୍ତି ବଜାର ପରିଦର୍ଶନ କରିବା ସହ କୋରାପୁଟ୍ କଫି ପିଇଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଏଥି ସହିତ ମିଶନ ଶକ୍ତି ବଜାର ବୁଲି କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେଲେ । #MissionShakti #odisha #BillGates pic.twitter.com/yKkYXMY1zK
— Sakala News (@SakalaNews) February 28, 2024