ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ମୁହଁ ଖୋଲୁ ନ ଥିବାବେଳେ ଏଭଳି ସମୟରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟାବସୀଙ୍କ […] The post ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ appeared first on Dharitri Odia News.

ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ମୁହଁ ଖୋଲୁ ନ ଥିବାବେଳେ ଏଭଳି ସମୟରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟାବସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କେନ୍ଦ୍ରରେ ମୋଦି ଆଉ ଓଡିଶାରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।

ନିକଟରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ଯୋଗଦେଇ ମେଣ୍ଟ ସମ୍ପର୍କରେ କହିଥିଲେ ଅମିତ ଶାହା। ଆଗାମୀ ନିର୍ବାଚନରେ ଭାଜପା ଉଭୟ ଲୋକ ସଭା ଓ ବିଧାନ ସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି । ଶାହଙ୍କ ଅନୁସାରେ, ବର୍ତ୍ତମାନ ସମୟ ହାଡକୋର ରାଜନୀତିର । ଯେଉଁଥିରେ ଫିଲୋଶୋପି ବା ଦର୍ଶନ ନ ଥାଏ ବରଂ ହାରଜିତ୍‌ର ଗଣିତ ରହିଥାଏ । ଦଳର ବିଚାରଧାରା ସହିତ ବୁଝାମଣାର କଥା ରହିଥାଏ। ତେଣୁ ଦଳର ବିଚାରାଧାରା ଓ ବିଜୟ ସମ୍ଭାବନା ଭିତରେ ସମନ୍ବୟ ରଖି ମେଣ୍ଟ ସହଯୋଗୀ ବଛାଯାଇଥାଏ ବୋଲି ଶାହ କହିଛନ୍ତି ।

ଶାହାଙ୍କ ବୟାନ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ସରଗରମ କରିଛି। ସେ କହିଛନ୍ତି, ଏବେ ସେ ମେଣ୍ଟ ନେଇ ଅଧିକ କିଛି କହିପାରିବେନି । କାରଣ ଓଡ଼ିଶାରେ ଭାଜପାର ଅଗାମୀ ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ । କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନ ସଭାରେ ଭାଜପାର ଭଲ ପ୍ରଦର୍ଶନ କରିବ।

ତେବେ ଶାହାଙ୍କ ବୟାନ ପରେ ପରେ ଏବେ ପାଣ୍ଡିଆନଙ୍କ ବୟାନ ଚହଳ ପକାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବେ ସେ ନେଇ ତାଙ୍କୁ ପାଣ୍ଡିଆନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ନବୀନଙ୍କ କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ଓ ରାଜନୀତିରୁ ଊଦ୍ଧର୍‌ବରେ ରହି ଲୋକଙ୍କ ସେବା କରିବା ନୀତି ତାଙ୍କୁ ବେଶ୍‌ ପ୍ରଭାବିତ କରିଛି । ତେଣୁ ସେ ତାଙ୍କ ଆଦର୍ଶର ଉତ୍ତରାଧିକାରୀ, ତାଙ୍କ କଠିନ ପରିଶ୍ରମର ଉତ୍ତରାଧିକାରୀ । ଏସବୁ ପରେ ରାଜନୀତି କଥା ଆସିବ । ଆଉ ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ନୁହେଁ, ବରଂ ଓଡ଼ିଶାବାସୀଙ୍କ ନିଷ୍ପତ୍ତି ଓ ବିଚାର ଗୁରୁତ୍ୱ ରଖେ ବୋଲି ପାଣ୍ଡିଆନ କହିଛନ୍ତି ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ବିଜେଡି ଓ ଭାଜପା ପାଇଁ ମେଣ୍ଟ କୌଣସି ନିର୍ବାଚନୀ ମୂଲ୍ୟ ରଖୁନାହିଁ । ରାଜ୍ୟରେ ସରକାର ଗଠନ ପାଇଁ ବିଜେଡି ଆଦୌ ଭାଜପାର ସହଯୋଗ ଆବଶ୍ୟକ କରୁନାହିଁ କି କେନ୍ଦ୍ରରେ ସରକାର ଗଠନ ପାଇଁ ଭାଜପା ମଧ୍ୟ ବିଜେଡିର ସହଯୋଗ ଲୋଡୁନାହିଁ । ଉଭୟ ମୋଦି ଓ ନବୀନଙ୍କ ଭିତରେ ନିବିଡ଼ ବନ୍ଧୁତା ରହିଛି, ସେମାନେ ରାଷ୍ଟ୍ର ତଥା ରାଜ୍ୟର ବିକାଶ ପାଇଁ ମିଳିମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

The post ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ appeared first on Dharitri Odia News.