ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ ବିଜେପି ସଭାପତି ମନମୋହନ ସାମଲ
ଭୁବନେଶ୍ୱର : ବିଜେଡି ସଭାପତି ନବୀନଙ୍କ ‘ଫଲ୍ସ ନ୍ୟାରେଟିଭ୍’ ମନ୍ତବ୍ୟକୁ କାଉଣ୍ଟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନ୍ୟାରେଟିଭକୁ କାଉଣ୍ଟର କରିବାକୁ ନବୀନ ବାବୁ ପ୍ରସ୍ତୁତ ହୋଇ ରହୁନ୍ତୁ ବୋଲି କଡ଼ା ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି । ଆଜି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବୀନ ବାବୁ ଆଗକୁ ପ୍ରସ୍ତୁତ ହୁଅନ୍ତୁ ତାଙ୍କ ଫଲ୍ସ ନାରେଟିଭକୁ କାଉଣ୍ଟର କରିବାକୁ । ରାଜନୀତି ଲୋକ ସମସ୍ତ ନାରେଟିଭ୍ ପାଇଁ […]

ଭୁବନେଶ୍ୱର : ବିଜେଡି ସଭାପତି ନବୀନଙ୍କ ‘ଫଲ୍ସ ନ୍ୟାରେଟିଭ୍’ ମନ୍ତବ୍ୟକୁ କାଉଣ୍ଟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନ୍ୟାରେଟିଭକୁ କାଉଣ୍ଟର କରିବାକୁ ନବୀନ ବାବୁ ପ୍ରସ୍ତୁତ ହୋଇ ରହୁନ୍ତୁ ବୋଲି କଡ଼ା ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ।
ଆଜି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବୀନ ବାବୁ ଆଗକୁ ପ୍ରସ୍ତୁତ ହୁଅନ୍ତୁ ତାଙ୍କ ଫଲ୍ସ ନାରେଟିଭକୁ କାଉଣ୍ଟର କରିବାକୁ । ରାଜନୀତି ଲୋକ ସମସ୍ତ ନାରେଟିଭ୍ ପାଇଁ ପ୍ରସ୍ତୁତ ହେବା ଉଚିତ୍ । ବିଜେପି କଣ ମିଥ୍ୟା ଅପପ୍ରଚାର କରିଛି ତାକୁ ଗୋଟି ଗୋଟି କରି ଗଣାନ୍ତୁ ନବୀନ । ତା ପରେ ଆମେ ଜବାବ ରଖିବୁ । କେନ୍ଦ୍ର ୯ ବର୍ଷ ଧରି ଯାହା ଅନୁଦାନ ଦେଲା ତାର ହିସାବ ଦେଇପାରିଲେ ନାହିଁ । ଆମେ ଦୀର୍ଘ ଏକ ବର୍ଷ ଧରି ପଚାରିଲୁ, ନିର୍ବାଚନ ସରିଗଲା ତା ପରେ ଉତ୍ତର ଦେଇ ପାରିଲେ ନାହିଁ ।
ସେହିପରି ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି କିଛି ନ ଥିଲା । ତାଙ୍କର ନେତା ଏବଂ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନ ଥିଲେ । କ୍ୟାବିନେଟରେ କୌଣସି ବିଷୟରେ ଆଲୋଚନା ହେଉ ନ ଥିଲା । ଦଳର ପ୍ରମୁଖ ନେତା ମାନେ ଆଲୋଚନା କରି ପାରୁ ନ ଥିଲେ । ସେହିପରି ଅନୁମୋଦିତ ଟଙ୍କା ଅପବ୍ୟୟ ହେଉଥିଲା । ଆମେ ତାଙ୍କୁ ପଚାରିଥିଲୁ, ସେ ଉତ୍ତର ଦେଇ ପାରି ନ ଥିଲେ । ଏହା ତାଙ୍କର ଅଯୋଗ୍ୟତା ଥିଲା । ଲୋକମାନେ ଯେତେବେଳେ ଜାଣିଲେ, ସେତେବେଳେ ପ୍ରତ୍ୟାଖ୍ୟାନ କଲେ ବୋଲି କହିଛନ୍ତି ମନମୋହନ ।
ସୂଚନାନୁସାରେ,ଆଜି କ୍ରମାଗତ ଭାବରେ ନବମ ଥର ପାଇଁ ବିଜେଡି ସଭାପତି ପଦ ସମ୍ଭାଳିଛନ୍ତି ନବୀନ ପଟ୍ଟନାୟକ । ଏହି ସମୟରେ ଶଙ୍ଖଭବନରେ ନିଜର ବକ୍ତବ୍ୟ ରଖିଥିଲେ ନବୀନ । ଦଳୀୟ କର୍ମୀ ମାନେ ରିୟଲ ଆସେଟ କହିବା ସହ ଫଲ୍ସ ନ୍ୟାରେଟିଭ୍ ପାଇଁ ବିଜେଡି ହାରିଲା ବୋଲି କହିଥିଲେ ।