ନବୀନଙ୍କ ଲୁଙ୍ଗିପିନ୍ଧା ଭିଡିଓକୁ ନେଇ ଟିପ୍ପଣୀ ଦେଲେ ଧର୍ମେନ୍ଦ୍ର, ଲୁଙ୍ଗିପିନ୍ଧି ବିଜେଡିର ପ୍ରତିବାଦ
ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ଅପିଲ୍ ଦେଖି ଛାନିଆ ବିଜେପି। ଗତକାଲି ରାତିରେ ନିଜ ଇନଷ୍ଟା ଆକାଉଣ୍ଟରେ ଖୋଦ୍ ମୁଖ୍ଯମନ୍ତ୍ରୀ... The post ନବୀନଙ୍କ ଲୁଙ୍ଗିପିନ୍ଧା ଭିଡିଓକୁ ନେଇ ଟିପ୍ପଣୀ ଦେଲେ ଧର୍ମେନ୍ଦ୍ର, ଲୁଙ୍ଗିପିନ୍ଧି ବିଜେଡିର ପ୍ରତିବାଦ appeared first on .
ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ଅପିଲ୍ ଦେଖି ଛାନିଆ ବିଜେପି। ଗତକାଲି ରାତିରେ ନିଜ ଇନଷ୍ଟା ଆକାଉଣ୍ଟରେ ଖୋଦ୍ ମୁଖ୍ଯମନ୍ତ୍ରୀ ଏହି ଭିଡିଓ ସେୟାର କରିଥିଲେ। ଆଉ ମାତ୍ର କିଛି ଘଣ୍ଟା ଭିତରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡିର ସୁପରଷ୍ଟାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବିଜେପିର ନିଦ ହଜାଇ ଦେଇଛି।
ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଅପିଲ ଉପରେ ନବୀନ ଫ୍ଯାନଙ୍କ ଜବରଦସ୍ତ ରେସନପନସ ଦେଖି ରାଜ୍ଯର ବିଜେପି ନେତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୋସ୍ ଉଡି ଯାଇଥିଲା। ଉପାୟ ନପାଇ ଧର୍ମେନ୍ଦ୍ର ନବୀନ ପିନ୍ଧିଥିବା ଲୁଙ୍ଗିକୁ ନେଇ ଶସ୍ତା ଟିପ୍ପଣୀ ଦେଇଥିଲେ। ଯାହାକୁ ଆଜି ପ୍ରେସମିଟ୍ କରି କାଉଣ୍ଟର କରିଛି ବିଜେଡି।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ନବୀନ ପିନ୍ଧିଥିବା ଲୁଙ୍ଗି ସମ୍ବଲପୁରୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ। ଶହ ଶହ ବୁଣାକାର ଶ୍ରମ ଦେଇ ଏହି ଲୁଙ୍ଗି ପ୍ରସ୍ତୁତ କରିଥାନ୍ତି। ଏହା ଆମ ପରମ୍ପରା। ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ଲୁଙ୍ଗି ପିନ୍ଧନ୍ତି। ତେଣୁ ମୁଖ୍ଯମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ନୁହେଁ ବୁଣାକାରଙ୍କୁ ଅସମ୍ମାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ ସେ ସମ୍ବଲପୁରୀ ସଂସ୍କୃତିକୁ ମଧ୍ଯ ଆଘାତ ଦେଇଛନ୍ତି।
ତେଣୁ ସେ ରାଜ୍ଯର ବୁଣାକାରଙ୍କୁ କ୍ଷମା ମାଗନ୍ତୁ ବୋଲି ସସ୍ମିତ ଦାବି କରିଥିଲେ। ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ ମହାପାତ୍ର କହିଥିଲେ ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସମସ୍ତେ ଏହି ଅପିଲକୁ ପସନ୍ଦ କରିଛନ୍ତି। ଯାହା ବିଜେପି ନେତାଙ୍କ ବଦହଜମି ବଢାଇ ଦେଇଛି। ୨୪ ଘଣ୍ଟାରୁ କମ ସମୟ ମଧ୍ଯରେ ଏହି ଭିଡିଓକୁ ୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଇର୍ଷାକୁ ଦ୍ବଗୁଣିତ କରିଦେଇଛି।
ତେଣୁ ସେ ନିଜ ହିତାହିତ ଜ୍ଞାନକୁ ଭୂଲି ସମାଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ବିଜେଡିର ଏହି ଦୁଇ ନେତା ଅଭିନବ ଷ୍ଟାଇଲରେ ପ୍ରେସମିଟ୍ କରିଥିଲେ। ସମ୍ବଲପୁରର ଆବେଗ ସହ ଜଡିତ ଲୁଙ୍ଗିକୁ ଧର୍ମେନ୍ଦ୍ର ଅସମ୍ମାନ କରିଥିବାରୁ ଦଳର ଦୁଇ ମୁଖପାତ୍ର ଲୁଙ୍ଗି ପିନ୍ଧି ପ୍ରେସମିଟ୍ କରିଥିଲେ।
The post ନବୀନଙ୍କ ଲୁଙ୍ଗିପିନ୍ଧା ଭିଡିଓକୁ ନେଇ ଟିପ୍ପଣୀ ଦେଲେ ଧର୍ମେନ୍ଦ୍ର, ଲୁଙ୍ଗିପିନ୍ଧି ବିଜେଡିର ପ୍ରତିବାଦ appeared first on .