ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି…

ଭୁବନେଶ୍ୱର,୪ା୯: ବିଜେଡି ସୁପ୍ରିମୋ ବୁଧବାର ଭାଜପାକୁ କଡ଼ା ଟାର୍ଗେଟ୍‌ କରିଥିବା ବେଳେ ଭାଜପା ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଭାଜପାର ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମହିଳା ଭୋଟ୍‌ ବ୍ୟାଙ୍କ ଚିନ୍ତା ଘାରିଛି। କାଳେ ମହିଳାଙ୍କ ଭୋଟ୍‌ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ନବୀନ ଭୟଭୀତ ହେଉଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ଭାଜପା ପ୍ରଚେଷ୍ଟାରେ ବିଜେଡି ସବୁବେଳେ […] The post ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି… appeared first on Dharitri Odia News.

ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି…

ଭୁବନେଶ୍ୱର,୪ା୯: ବିଜେଡି ସୁପ୍ରିମୋ ବୁଧବାର ଭାଜପାକୁ କଡ଼ା ଟାର୍ଗେଟ୍‌ କରିଥିବା ବେଳେ ଭାଜପା ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଭାଜପାର ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମହିଳା ଭୋଟ୍‌ ବ୍ୟାଙ୍କ ଚିନ୍ତା ଘାରିଛି। କାଳେ ମହିଳାଙ୍କ ଭୋଟ୍‌ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ନବୀନ ଭୟଭୀତ ହେଉଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ଭାଜପା ପ୍ରଚେଷ୍ଟାରେ ବିଜେଡି ସବୁବେଳେ ବାଧା ସୃଷ୍ଟି କରୁଛି ବୋଲି ଉର୍ମିଳା କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଶଙ୍ଖଭବନରେ ଆୟୋଜିତ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଥିଲେ। ନବୀନ କହିଥିଲେ, ଭାଜପା ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ହାତୀ ଦେବୁ, ଘୋଡ଼ା ଦେବୁ କହି କାମରେ ଜିରୋ ବୋଲି ନବୀନ ସମାଲୋଚନା କରିଛନ୍ତି। ମା’ ମାନଙ୍କ ବିଶ୍ୱାସ ସହ ଭାଜପା ଖେଳୁଛି, ମା’ ମାନେ ଉଚିତ ଜବାବ ଦେବେ।

ନବୀନ କହିଛନ୍ତି ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଛି ଏବଂ ରହିବ। ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଏ ଦିଗରେ ଦୃଢ଼ ଭାବେ ଆଗକୁ ବଢିବା ପାଇଁ ନବୀନ ପରାମର୍ଶ ଦେଇଥିଲେ। ବିଜୁ ବାବୁ ହିଁ ସାରା ଦେଶରେ ମା’ମାନଙ୍କ ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ତାଙ୍କ ମାର୍ଗ ଦର୍ଶନରେ ୭୦ଲକ୍ଷ ମା’ ସଶକ୍ତ ହୋଇଛନ୍ତି। ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ଇ ଅଭିମୁଖେ ଆଗକୁ ବଢୁଛନ୍ତି। ଓଡ଼ିଶାର ପରିଚୟ ସାଜୁଛନ୍ତି।

ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍‌ ମାଗଣା ବିଜୁଳି, କେବଳ ମିଛ ହିଁ ଭାଜପାର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି।

ମା’ମାନଙ୍କ ଭାବନା ଓ ବିଶ୍ୱାସ ସହ ଭାଜପା ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶାସ ସହ ଖେଳିବା ଉଚିତ୍‌ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ଭାଜପାର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି ବୋଲି ନବୀନ ଆଜିର ଏହି ବୈଠକରେ କହିଥିଲେ।

The post ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି… appeared first on Dharitri Odia News.