ନବୀନଙ୍କୁ ରାଜାଙ୍କ ଚିଠି, ହାଇଜ୍ୟାକ୍ କଥା କହି ତେରେଛା ବାଣ ମାରିଲେ ଦେବୀ
ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ନେତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ଦେଖିବାକୁ ମିଳୁଛି। ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠି ଲେଖି କିଛି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଜବାବ ଦେଇଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର। ଦେବୀ ପରୋକ୍ଷରେ ରାଜାଙ୍କୁ ତେରେଛା ବାଣ ମାରି କହିଛନ୍ତି, ”ହାଇଜ୍ୟାକ୍ କଥା ସେ ଭଲସେ ବୁଝେଇ ପାରିବେ, ହାଇଜାକ […] The post ନବୀନଙ୍କୁ ରାଜାଙ୍କ ଚିଠି, ହାଇଜ୍ୟାକ୍ କଥା କହି ତେରେଛା ବାଣ ମାରିଲେ ଦେବୀ appeared first on Dharitri Odia News.
ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ନେତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ଦେଖିବାକୁ ମିଳୁଛି। ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠି ଲେଖି କିଛି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଜବାବ ଦେଇଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର।
ଦେବୀ ପରୋକ୍ଷରେ ରାଜାଙ୍କୁ ତେରେଛା ବାଣ ମାରି କହିଛନ୍ତି, ”ହାଇଜ୍ୟାକ୍ କଥା ସେ ଭଲସେ ବୁଝେଇ ପାରିବେ, ହାଇଜାକ କଥା ବେଶି ଜାଣିଥିବେ, ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ। ଏହାସହିତ ଆଗରୁ କିଏ ହାଇଜାକ କରିଦେଇଛି କି ଦେବୀ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଆମେ ନଈ ନ ଦେଖୁଣୁ କାହିଁକି ଲଙ୍ଗଳା ହେବା। ସଂଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ, ସବୁ ବର୍ଗଙ୍କୁ କାମ ଦେଉଛୁ।”
ପୂର୍ବରୁ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା। ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ବଢ଼ୁ, ଏସସି,ଏସ୍ଟି, ମହିଳାଙ୍କୁ ସଂଖ୍ୟା ଅନୁପାତରେ ବିଜେଡିରେ ସ୍ଥାନ ମିଳୁ ବୋଲି ସେ କହିଛନ୍ତି। ତେଣୁ କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ, ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେଷକ୍ଷପ ନିଆଯାଉ ବୋଲି ସେ ତାଣ୍କ ଚିଠିରେ କହିଛନ୍ତି।
ସେପଟେ ସୋମବାର ବିଭିନ୍ନ ଖବର କାଗଜରେ ରାଜା ସ୍ୱାଇଁଙ୍କର ଏକ ଆଲେଖ୍ୟ ପ୍ରକାଶ ପାଇଛି। ଯେଉଁଥିରେ ସେ ସାମାଜିକ ଫାଟକୁ ଦୂରକରି ଏକ ସୁସ୍ଥ ଓ ଭେଦଭାବହୀନ ସମାଜ ଗଠନ ଆବଶ୍ୟକତା ଉପରେ ବାବା ସାହେବ ଆମ୍ବେଦକରଙ୍କ ବାଣୀକୁ ଜୋର ଦେଇଥିଲେ।
The post ନବୀନଙ୍କୁ ରାଜାଙ୍କ ଚିଠି, ହାଇଜ୍ୟାକ୍ କଥା କହି ତେରେଛା ବାଣ ମାରିଲେ ଦେବୀ appeared first on Dharitri Odia News.