ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ, ପାଣିରେ ବୁଡ଼ି ଯାଉଥିବା ଯୁବକ ଉଦ୍ଧାର

ପୁରୀ ୨୦।୦୫ : ନରେନ୍ଦ୍ର ପୁଷ୍କରିଣୀରେ ପୁଣି ଅଘଟଣ। ଭଉଁରୀ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯାଉଥିବା ବେଳେ ଯୁବକ ଉଦ୍ଧାର। ଅଗ୍ନିଶମ ବାହିନୀ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଖବର ଅନୁଯାୟୀ, ଉଦ୍ଧାର ଯୁବକ ଜଣକ କାଳୁପଡା ଅଞ୍ଚଳର ବୋଲି ଜଣାପଡିଛି। ଯୁବକ ଜଣକ ଅତ୍ୟଧିକ ନିଶା ସେବନ କରି ଭଉଁରୀ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯାଉଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ପୁଷ୍କରିଣୀ ରୁ ଯୁବକକୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ କୁମ୍ଭାରପଡ଼ା ଥାନା ପୋଲିସ ତଦନ୍ତ ଚଳାଇଛି। ସେପଟେ ଗତ କିଛି ଦିନ ପୂର୍ବେ  ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଅଜଣା ଯୁବକଙ୍କ ଜୀବନ ଚାଲିଯାଇଥିଲା।    

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ, ପାଣିରେ ବୁଡ଼ି ଯାଉଥିବା ଯୁବକ ଉଦ୍ଧାର

ପୁରୀ ୨୦।୦୫ : ନରେନ୍ଦ୍ର ପୁଷ୍କରିଣୀରେ ପୁଣି ଅଘଟଣ। ଭଉଁରୀ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯାଉଥିବା ବେଳେ ଯୁବକ ଉଦ୍ଧାର। ଅଗ୍ନିଶମ ବାହିନୀ ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। 

ଖବର ଅନୁଯାୟୀ, ଉଦ୍ଧାର ଯୁବକ ଜଣକ କାଳୁପଡା ଅଞ୍ଚଳର ବୋଲି ଜଣାପଡିଛି। ଯୁବକ ଜଣକ ଅତ୍ୟଧିକ ନିଶା ସେବନ କରି ଭଉଁରୀ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯାଉଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ପୁଷ୍କରିଣୀ ରୁ ଯୁବକକୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ କୁମ୍ଭାରପଡ଼ା ଥାନା ପୋଲିସ ତଦନ୍ତ ଚଳାଇଛି। ସେପଟେ ଗତ କିଛି ଦିନ ପୂର୍ବେ  ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଅଜଣା ଯୁବକଙ୍କ ଜୀବନ ଚାଲିଯାଇଥିଲା।